ରିୟାଙ୍କ ସମର୍ଥନରେ ବାହାରିଲେ ବିଦ୍ୟା ବାଲାନ; ଏମିତି ରଖିଲେ ଯୁକ୍ତି

ରିୟାଙ୍କ ସମର୍ଥନରେ ବାହାରିଲେ ବିଦ୍ୟା ବାଲାନ; ଏମିତି ରଖିଲେ ଯୁକ୍ତି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡ଼ିଥିବା ରିୟା ଚକ୍ରବର୍ତ୍ତୀଙ୍କ ସମର୍ଥନରେ ବାହାରୁଛନ୍ତି ଜଣେ ପରେ ଜଣେ ମାୟାନଗରୀ ସୁ୍ଦରୀ । ‌ପ୍ରଥମେ ଅଭିନେତ୍ରୀ ତାପସୀ ପନ୍ନୁ ଆଉ ଏବେ ବିଦ୍ୟା ବାଲାନ । ଟ୍ବିଟ କରି ରିୟାଙ୍କୁ ସମର୍ଥନ ଜଣାଇଛନ୍ତି ଡାର୍ଟି ପିକଚର ନାୟିକା ବିଦ୍ୟା ବାଲାନ । କିଛି ଦିନ ପୂର୍ବେ ସାଉଥ ଡିଭା ଲକ୍ଷ୍ମୀ ମଞ୍ଚୁ, ସୁଶାନ୍ତ ରାଜପୁତଙ୍କ ମୃତ୍ୟୁକୁ ନେଇ ଏକ ଟ୍ବିଟ କରିଥିଲେ । ଲକ୍ଷ୍ମୀଙ୍କ ଟ୍ବିଟ ଉପରେ ବିଦ୍ୟା ବାଲାନ ନିଜ ପ୍ରତିକ୍ରିୟା ରଖିଛନ୍ତି । ଯୁବ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ଅସମୟରେ ମୃତ୍ୟୁ ଏବେ ମିଡିଆ ସର୍କସ ପାଲଟିଯାଇଛି, ଯାହା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ।

ଜଣେ ମହିଳା ହେବା ସହ ରିୟାଙ୍କ ବିରୋଧରେ ହେଉଥିବା ଖରାପ ଆଲୋଚନାରେ ତାଙ୍କ ହୃଦୟ ଭାଙ୍ଗି ପଡ଼ୁଥିବା ତାଙ୍କ ଟ୍ବିଟରେ ଲେଖିଛନ୍ତି । ଏଥିସହ ନାଗରିକର ସାମ୍ବିଧାନିକ ଅଧିକାର ପାଇଁ କିଛି ସମ୍ମାନ ଦିଅ ଓ ଆଇନକୁ ନିଜ କାମ କରିବାକୁ ଦେବା ବୋଲି ସେ ନିଜ ଟ୍ବିଟରେ ଲେଖିଛନ୍ତି । ରବିବାର ଲକ୍ଷ୍ମୀ, ରିୟାଙ୍କୁ ସମର୍ଥନ କରି ଏକ ଟ୍ବିଟ କରିଥିଲେ । ଯେଉଁଥିରେ ପୂରା ସତ୍ୟ ନଜାଣି ରିୟା ଓ ତାଙ୍କ ପରିବାର ପ୍ରତି ନିଷ୍ଠୁର ନହେବା ପାଇଁ କହିଛନ୍ତି । ଏଥିସହ ଜାଗ୍ରତ ହେବା ପାଇଁ କହିଛନ୍ତି ।

ଏହା ପୂର୍ବରୁ ତାପସୀ ପନ୍ନୁ ରିୟାଙ୍କ ସମର୍ଥନରେ ଟ୍ବିଟ କରିଥିଲେ । ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉତ୍ସକାଇବା ଓ ତାଙ୍କ ଟଙ୍କା ହେରଫେର କରିବା ଅଭିଯୋଗରେ ରିୟାଙ୍କ ସହ ତାଙ୍କ ପରିବାରକୁ ସିବିଆଇ ପଚରାଉଚରା କରି ତଦନ୍ତ ଜାରି ରଖିଛି । ଏପର୍ଯ୍ୟନ୍ତ ଏହି ମାମଲାରେ ସିବିଆଇ, ବହୁ ଲୋକଙ୍କ ବୟାନ ରେକର୍ଡ କରିସାରିଛି । ତେବେ ଏପର୍ଯ୍ୟନ୍ତ ତଦନ୍ତରେ ରିୟାଙ୍କ ବିରୋଧରେ କୌଣସି ପ୍ରକାରର ପ୍ରମାଣ ମିଳିନାହିଁ । ହେଲେ ସୋସିଆଲ ମିଡିଆରେ ରିୟାଙ୍କୁ ସୁଶାନ୍ତଙ୍କ ହତ୍ୟା ପାଇଁ ମୁଖ୍ୟ ଅଭିଯୁକ୍ତ ସହ ବହୁ ମାତ୍ରାରେ ଟ୍ରୋଲ କରାଯାଉଥିବା ଦେଖିବାକୁ ମିଳିଛି । ଜୁନ 14ରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ଆପାର୍ଟମେଣ୍ଟରୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା ।

%d bloggers like this: