୩୦୦ୟୁନିଟ ଯାଏଁ ମାଗଣା ବିଦ୍ୟୁତ ସେବା: ଭଗୱନ୍ତ ମାନ

୩୦୦ୟୁନିଟ ଯାଏଁ ମାଗଣା ବିଦ୍ୟୁତ ସେବା: ଭଗୱନ୍ତ ମାନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଞ୍ଜାବରେ ଭଗଓ୍ବନ୍ତ ମାନ ସରକାର କ୍ଷମତାକୁ ଆସିବାର ମାସେ ପୁରିଯାଇଛି। ୩୦ଦିନର ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯାଇଥିବା ବେଳେ ଏଏପି ସରକାର ନିଜର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଏହି ଅବସରରେ ସୁବେର ସରକାର ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନେ କରି ଏକ ବଡ଼ ଘୋଷଣା କରିଛନ୍ତି। ଜୁଲାଇ ୧ରୁ ରାଜ୍ୟର ପ୍ରତ୍ୟେକ ଘରକୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଯୋଗାଇଦିଆଯିବ। ଶନିବାର ଖବରକାଗଜର ବିଜ୍ଞାପନ ମାଧ୍ୟମରେ ଏନେଇ ଘୋଷଣା କରିଛନ୍ତି ପଞ୍ଜାବ ସରକାର। ଏଥିସହ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ପ୍ରାୟ ୮୦୦ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରିବେ। ନିର୍ବାଚନ ପୂର୍ବରୁ ପଞ୍ଜାବ ଷ୍ଟେଟ ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ(ପିଏସ୍‌ଟିସିଏଲ୍‌) ଦ୍ୱାରା ଚୟନ ପ୍ରକ୍ରିୟା ଶେଷ ହୋଇଥିଲା। ବର୍ତ୍ତମାନ ଆସିଷ୍ଟାଣ୍ଟ ଲାଇନ୍‌ମ୍ୟାନ, ଆକାଉଣ୍ଟସ ଅଫିସର, ୟୁଡିସି, ଏଲ୍‌ଡିସି, ଏସ୍‌ଡିଓ, ଓ ଜେଇଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: