ଶ୍ରୀମନ୍ଦିର ଚାରିପାଖ ଓ ଧବଳେଶ୍ୱର ପୀଠରେ ଲାଗିଲା ୧୪୪ ଧାରା

ଶ୍ରୀମନ୍ଦିର ଚାରିପାଖ ଓ ଧବଳେଶ୍ୱର ପୀଠରେ ଲାଗିଲା ୧୪୪ ଧାରା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କଟକ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ପୀଠ ଓ ଶ୍ରୀମନ୍ଦିର ଚାରିପାଖରେ ଲାଗିଲା ୧୪୪ ଧାରା । ଦୀପାବଳିର ଭିଡ଼କୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଇଛି । ଦୀପାବଳି ପାଇଁ ଏଠାରେ ଭିଡ ହେବା ଆଶଙ୍କା କରାଯାଇ ପ୍ରଶାସନ ପକ୍ଷରୁ କଟକଣା ଜାରି କରିଛନ୍ତି । କୋଭିଡ଼ ନିୟମ ଅନୁଯାୟୀ ଆସନ୍ତାକାଲି ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ ୧୪୪ଧାରା ବଳବତ୍ତର ରହିବ । ଯାହାଫଳରେ ଦୀପାବଳୀରେ ବାବା ଧବଳେଶ୍ଵରଙ୍କ ଦର୍ଶନରୁ ସାଧାରଣ ଲୋକେ ବଞ୍ଚିତ ହେବେ , କିନ୍ତୁ ବାବାଙ୍କ ନୀତିକାନ୍ତି ସୂଚାରୁ ରୂପେ ପାଳନ କରାଯିବ ବୋଲି ଉପ-ଜିଲ୍ଲାପାଳ କହିଛନ୍ତି ।ସେହିପରି ଶ୍ରୀମନ୍ଦିରରେ ପ୍ରତିବର୍ଷ ଦୀପାବଳିରେ ହେଉଥିବା ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ସୂଚନା ଅନୁସାରେ, ଦୀପାବଳି ଉପଲକ୍ଷେ ପୁରୀ ଆସୁଥିବା ପର୍ଯ୍ୟଟକଙ୍କ ଭିଡ ଓ ପୟାଶ୍ରାଦ୍ଧ ଦେବା ପାଇଁ ଆସିବାକୁ ଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି । ଆସନ୍ତାକାଲି ଭୋର ୪ଟାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ବଳବତ୍ତର ରହିବ । ଏହାସହିତ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ କାଉଁରିଆ ଜାଳିବା କିମ୍ବା କୌଣସି ଶ୍ରାଦ୍ଧ ପିଣ୍ଡ ଦେବାକୁ ବାରଣ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କାରାଯାଇଛି । ଠାକୁରଙ୍କ ରୀତିନୀତି ଚାଲିବ କିନ୍ତୁ ସାଧାରଣ ଦର୍ଶନ ଉପରେ ରହିଛି କଟକଣା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: