GGP କଲୋନୀରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଝୁଲନ୍ତା ଅବସ୍ଥାରେ ରାଜଧାନୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର GGP କଲୋନୀ କୈବଲ୍ୟ ନଗରରୁ ମହିଳାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ମହିଳା ଜଣଙ୍କ ନାମ ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ବୋଲି ଜଣାପଡିଛି। ଖବର ଅନୁଯାୟୀ ଶ୍ରଦ୍ଧାଞ୍ଜଳି ୬ବର୍ଷ ପୂର୍ବରୁ ଘନଶ୍ୟାମ ମହାନ୍ତିଙ୍କୁ ବିବାହ କରି କୈବଲ୍ୟ ନଗରରେ ରହୁଥିଲେ। ଶ୍ରଦ୍ଧାଞ୍ଜଳିଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହା ଆତ୍ମହତ୍ୟା ନୁହେଁ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି।ପରକୀୟା ପ୍ରୀତିକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ମୃତକଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ଶ୍ରଦ୍ଧାଞ୍ଜଳିଙ୍କ ଗାଁ ନିକଟରୁ ଲାଲୁ ଓରଫ ଗତି କୃଷ୍ଣ ଦାସ ନାମକ ଜଣେ ଯୁବକ ତାଙ୍କ ଘରକୁ ଯିବା ଆସିବା କରୁଥିଲେ ବୋଲି ଅଭିଯୋଗ ହୋଇଛି । ଶ୍ରଦ୍ଧାଞ୍ଜଳିଙ୍କ ମୃତ୍ୟୁ ପରେ ମଞ୍ଚେଶ୍ୱର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଅଭିଯୋଗ ପରେ ଶ୍ରଦ୍ଧାଞ୍ଜଳିଙ୍କ ମୃତଦେହ ଜବତ କରି ଅଧିକ ତଦନ୍ତ କରୁଛି ପୋଲିସ।ମୃତଦେହ ଜବତ କରି ସବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Leave a Reply

Your email address will not be published. Required fields are marked *