୧୩୫ ଟଙ୍କା କମିଲା ଗ୍ୟାସ୍ ଦର

୧୩୫ ଟଙ୍କା କମିଲା ଗ୍ୟାସ୍ ଦର

ପ୍ରିଜମ ନ୍ୟୁଜ ବ୍ୟୁରୋ: ଗ୍ରାହକଙ୍କୁ ଆଶ୍ୱସ୍ତି । କମିଲା ଗ୍ୟାସ୍ ଦର। LPG ସିଲିଣ୍ଡର ଦାମରେ ହୋଇଛି ବଡ ପରିବର୍ତ୍ତନ । ୧୯ କିଲିଆ କମର୍ସିଆଲ LPG ସିଲିଣ୍ଡର ଦର ୧୩୫ ଟଙ୍କା କମିଛି । ତେବେ ଘରୋଇ LPG ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନି ।ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ତେବେ ଆଜି ଗ୍ୟାସ୍ ଦର କମିବା ପରେ ରାଜଧାନୀ ଦିଲ୍ଲୀରେ ୧୯ କେଜି ସିଲିଣ୍ଡରର ଦାମ କମି ୨,୨୧୯ ହୋଇଛି । ଏହା ପୂର୍ବରୁ ଏହାର ଦାନ ୨,୩୫୪ ଟଙ୍କା ରହିଥିଲା । ସେହିଭଳି କୋଲକାତାରେ ୧୯ କିଲୋ ସିଲିଣ୍ଡର ଦାମ ୨,୩୨୨ ଟଙ୍କା ରହିଛି ।ପୂର୍ବରୁ ଏହାର ଦାମ ୨,୫୪୫ ଟଙ୍କା ଥିଲା । ସେହିଭଳି ମୁମ୍ୱାଇରେ ୧୯ କିଲୋ ୨,୩୭୩ ଟଙ୍କା କମି ୨,୧୭୧.୫୦ ପଇସା ହୋଇଛି । ଚେନ୍ନାଇରେ ୨,୫୦୭ ଟଙ୍କା କମି ୨,୩୭୩ ଟଙ୍କା ହୋଇଛି । ଦାମ ପରିବର୍ତ୍ତନ ହେତୁ ଗ୍ରାହକଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଏହାଦ୍ବାରା ଅନ୍ୟ କ୍ଷେତରେ ଦରଦାମ କମିବ ବୋଲି ଅସକରଜାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: