ପୁଣି ତାଲା ପଡ଼ିବ ନା ଆସନ୍ତାକାଲିଠୁ ଜୀବନ ଜୀବିକା ସ୍ୱାଭାବିକ ହେବ: ଆଜି ନିଷ୍ପତ୍ତି ନେଇପାରନ୍ତି ସରକାର

ଆସନ୍ତା ୧୭ତାରିଖ ପରେ କମ୍ ସଂକ୍ରମଣ ଥିବା ଜିଲ୍ଲାଗୁଡ଼ିକରେ ଅନଲକ୍ ପ୍ରକ୍ରିୟାର ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି। ଏହାସହ ୮ଟି ଜିଲ୍ଲାରେ ଏବେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି। ତେଣୁ ଏସବୁ ଜିଲ୍ଲାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ନା ରାଜ୍ୟ ସରକାର ପୂର୍ବଭଳି କଟକଣା ଜାରି ରଖିବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ ପୁଣି ଥରେ ଲକଡାଉନ୍ ହେବ ନା ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ତାକୁ ନେଇ ଉତ୍କଣ୍ଠା ବଢ଼ିଛି। ରାଜ୍ୟବାସୀ କଣ ଚାହୁଁଛନ୍ତି ଲକଡାଉନ୍ ନା ଅନଲକ୍ ?  ଏହି ପ୍ରଶ୍ନ ସରକାରଙ୍କ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ସେତିକି ଗୁରୁତ୍ୱପୂର୍ଣ୍ଣ ହେଉଛି ଧନଜନର ସୁରକ୍ଷା । ଅବଶ୍ୟ ରାଜ୍ୟରେ କରୋନା ଗ୍ରାଫ୍ ତଳ ମୁହାଁ ହେଉଥିବା ବେଳେ ଏବେ ବି ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି ।

ସେପଟେ ଦେଶରେ ମଧ୍ୟ ସଂକ୍ରମଣ ହାର ନିମ୍ନଗାମୀ ହେଉଛି । ଏଭଳି ସ୍ଥିତିରେ ଲକଡାଉନ୍ ବଢ଼ିବ ନା ଅନଲକ୍ ହେବ ତାହା ରାଜ୍ୟ ସରକାରଙ୍କ ଇଚ୍ଛାଧିନ ବ୍ୟାପାର । ଅବଶ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତକୁ ଆଧାର କରି ରାଜ୍ୟ ସରକାର ଯେ, କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି ।

ସେପଟେ ଆଜି ସରୁଛି ଲକଡାଉନ୍ –ଥ୍ରୀ, ଆସନ୍ତାକାଲି ଅର୍ଥାତ 17 ଜୁନ୍ ସକାଳ ଯାଏଁ ରହିଛି କଟକଣା ଅବଧି ।  ଏହା ପୂର୍ବରୁ କି ନିଷ୍ପତ୍ତି ନେବେ ସରକାର, ତାକୁ ନେଇ ଓଡ଼ିଶାବାସୀଙ୍କ ଉତ୍କଣ୍ଠା ରହିବା ସ୍ୱାଭାବିକ । ତେବେ ରାଜ୍ୟ ସରକାର  କେଉଁ ଆଧାରରେ ରାଜ୍ୟରେ ଅନଲକ କରିବେ ତାକୁ ନେଇ ଚର୍ଚ୍ଚା  ଜୋର ଧରିଛି ।

ତାଲାଖୋଲା ନିଷ୍ପତ୍ତି କଳ୍ପନାଜଳ୍ପନା ଭିତରେ ମୁଖ୍ୟତଃ ୪ଟି ପ୍ରମୁଖ ଦିଗ ଉପରେ ସରକାର ଅଧିକ ଧ୍ୟାନ ଦେବା ଅନୁମାନ କରାଯାଉଛି ଯେମିତିକି ୫ ପ୍ରତିଶତରୁ କମ୍ ସଂକ୍ରମଣ ହାର ଥିବା ଜିଲ୍ଲାମାନଙ୍କରେ ତାଲା ଖୋଲାଯିବ ଓ ୫ ପ୍ରତିଶତରୁ ଅଧିକ ସଂକ୍ରମଣ ହାର ଥିଲେ କଟକଣା ବଳବତ୍ତର ରହିବ ତାସହ କେଉଁ ଜିଲ୍ଲାରେ କେତେ ଆକ୍ଟିଭ୍ କେସ୍ ରହିଛି ଓ ଟିକାକରଣ ହାରକୁ ଅନୁଧ୍ୟାନ କରି ଅନଲକ୍ ନିଷ୍ପତ୍ତି ହୋଇପାରେ ସେହିପରି ରୋଗୀ ସଂଖ୍ୟା ଓ ବେଡ୍ ଆକ୍ୟୁପାନ୍ସିକୁ ବି ବିଚାରକୁ ନିଆଯିବ ବୋଲି କୁହାଯାଉଛି ।

ତେଣେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି-ଅନଲକ୍ ନେଇ ସରକାର ଠିକ୍ ସମୟରେ ନିଷ୍ପତ୍ତି ନେବେ ସବୁ ସ୍ଥାନରେ ଏନେଇ ତଦାରଖ ଚାଲିଛି । ଗତ ୧୫ଦିନର ଡାଟାକୁ ଦେଖି ବିଚାରବିମଷର୍ର୍ ଜାରି ରହିଛି । ଦିନେ କି ଦୁଇଦିନ ଭିତରେ SRCଙ୍କ ପକ୍ଷରୁ ଗାଇଡଲାଇନ୍ ଆସିଯିବ ।

Leave a Reply

Your email address will not be published. Required fields are marked *