ଟିଭି ପରଦାରେ ପୁଣି ଆସିବେ ସୁଶାନ୍ତ ସିଂ ରାଜପୁତ, ତାଙ୍କ ସ୍ମୃତିରେ ପୁନଃ ପ୍ରସାରଣ ହେବ ‘ପବିତ୍ର ରିସ୍ତା’

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ଜୀ ଅନମୋଲ ପୁଣି ଥରେ ପୁନଃ ପ୍ରସାରଣ କରିବାକୁ ଯାଉଛି ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା’ । ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଏଭଳି ନିଷ୍ପତ୍ତି ନେଇଛି ଚ୍ୟାନେଲ ।  ସୁଶାନ୍ତ ଏହି ସିରୟଲରେ ମାନବ ଦେଶମୁଖ ଭୂମିକାରେ ଅଭିନୟ କରିଥିଲେ ।  ସେଥିପାଇଁ ଏହି ଅଭିନେତା ଘରେ ଘରେ ପରିଚିତ ଥିଲେ ।  

ପବିତ୍ର ରିସ୍ତାରେ ଦୁଇ ଜଣଙ୍କ ସୁନ୍ଦର ପ୍ରେମ କାହାଣୀ ବର୍ଣ୍ଣିତ:’ପବିତ୍ର ରିସ୍ତା’ର ପୁନଃ ପ୍ରସାରଣ ସୁଶାନ୍ତଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଦୃଶ ।  ତେଣୁ, ଏହାକୁ ଦେଖି ପୁଣି ଥରେ ଦର୍ଶକମାନେ ସୁଶାନ୍ତଙ୍କ ସ୍ମୃତିଚାରଣ କରିପାରିବେ ।  ତେବେ ଏହି ସିରିୟଲଟି ମଧ୍ୟମବର୍ଗ ପରିବାରର ଦୁଇ ଜଣଙ୍କ ପ୍ରେମ କାହାଣୀକୁ ନେଇ ନିର୍ମାଣ କରାଯାଇଥିଲା ।  ମାନବ ଦେଶମୁଖ ଏଥିରେ ଏକ ଅତି ସାଧାରଣ ଗ୍ୟାରେଜ ମେକାନିକ୍ ତଥା ତାଙ୍କ ପରିବାରର ଏକୁଟିଆ ରୋଜଗାର କରୁଥିବା ବ୍ୟକ୍ତି ଥିଲେ ।  ସେହିପରି ଅର୍ଚ୍ଚନା କରଞ୍ଜକର (ଅଙ୍କିତା ଲୋଖଣ୍ଡେ) ଜଣେ ସାଦାସିଧା ମିଡିଲ କ୍ଲାସ୍ ଫ୍ୟାମିଲିର ଝିଅ ଥିଲେ, ଯାହା ପାଇଁ ନିଜ ପରିବାର ସବୁଠୁ ଉପରେ ଥିଲା ।

ମୁସ୍କିଲ ସମୟରେ ମାନବ ଓ ଅର୍ଚ୍ଚନାଙ୍କ ବିବାହ ହୁଏ :ତମାମ ମୁସ୍କିଲ ସମୟ ମଧ୍ୟରେ ମାନବ ଓ ଅର୍ଚ୍ଚନାଙ୍କ ମଧ୍ୟରେ ବିବାହ ହୁଏ ।  ମାତ୍ର, ବିବାହ ପରେ ସେମାନଙ୍କୁ ଏକ ନୂଆ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥାଏ ।  ଜୀବନର ସଂଘର୍ଷ ଏବଂ ଦୁହିଁଙ୍କ ମଧ୍ୟରେ ପବିତ୍ର ଭଲପାଇବାକୁ ଏହି ଧାରାବାହିକରେ ବର୍ଣ୍ଣନା କରାଯାଇଛି ।

Leave a Reply

Your email address will not be published. Required fields are marked *