ଗରମ ଦିନେ ଏସି-କୁଲର୍ ପରି ଘରକୁ ଥଣ୍ଡା ରଖିବ ଏହି ଧଳା ରଙ୍ଗ, ଜାଣନ୍ତୁ କଣ ରହିଛି ବିଶେଷତ୍ଵ

ଗରମ ଦିନେ ଏସି-କୁଲର୍ ପରି ଘରକୁ ଥଣ୍ଡା ରଖିବ ଏହି ଧଳା ରଙ୍ଗ, ଜାଣନ୍ତୁ କଣ ରହିଛି ବିଶେଷତ୍ଵ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବର୍ତ୍ତମାନ ସମୟରେ କେବଳ ଗ୍ରୀଷ୍ମ ଋତୁରେ ନୁହେଁ ବର୍ଷସାରା ଗରମ ଅନୁଭୂତ ହେଉଛି। ଏତେ ପରିମାଣରେ ଗରମ ହେଉଛି ଯେ ସେଥିରୁ ରକ୍ଷା ପାଇବା ପାଇଁ ଫ୍ୟାନ ଯଥେଷ୍ଟ ହେଉନି। ତେଣୁ ଲୋକମାନେ ଘରେ ଥଣ୍ଡା ପାଇଁ AC, କୁଲର୍ ଲଗାଇବାକୁ ବାଧ୍ୟ ହେଉଛନ୍ତି।ଏଥି ପାଇଁ ଲୋକଙ୍କୁ ମୋଟା ଅଙ୍କର ବିଦ୍ୟୁତ୍ ବିଲ୍ ମଧ୍ୟ ଦେବାକୁ ପଡ଼ୁଛି କିନ୍ତୁ କମ ଖର୍ଚ୍ଚରେ ଗରମରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକମାନେ ଏକ ନୂତନ କୌଶଳ ବାହାର କରିଛନ୍ତି, ଯାହାକି ଅନେକଙ୍କୁ ଆଚାର୍ଯ୍ୟ କରିବା ସହ ଵେୟ ରହିତ ଏବଂ ପରିବେଶ ଅନୁକୂଳ ମଧ୍ୟ। ବୈଜ୍ଞାନିକମାନେ ଏପରି ଏକ ଧଳା ରଙ୍ଗ ବାହାର କରିଛନ୍ତି, ଯାହା ଆପଣଙ୍କ ଘରକୁ ବିନା AC, କୁଲରରେ ସମ୍ପୂର୍ଣ୍ଣ ଥଣ୍ଡା ରଖିବ।

ଆମେରିକାର ଇଣ୍ଡିଆନାରେ ଥିବା ପର୍ଡୁ ୟୁନିଭରସିଟିର ଅନୁସନ୍ଧାନକାରୀ ଦଳ ଏହି ନୂତନ ରଙ୍ଗ ବାହାର କରିବା ସହ ଦାବି କରିଛନ୍ତି ଯେ ଏହି  ଧଳାରଙ୍ଗ ୯୯% ସୂର୍ଯ୍ୟ କିରଣ ପ୍ରତିଫଳିତ କରିଥାଏ, ଯାହା ସୂର୍ଯ୍ୟକିରଣର ୯୯.୯ ପ୍ରତିଶତ ଅବସୋଷିତ କରୁଥିବା ସବୁଠୁ ଗାଢ଼ କଳା ରଙ୍ଗଏବଂ ଭେଣ୍ଟାବ୍ଲାକ୍ଠାରୁ ଉଚ୍ଚ କୋଟିର ହେବ। ତେବେ ଶିଆଲିନ୍ ରୁଆନଙ୍କ ସମେତ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଏହି ଅଲଟ୍ରା-ଧଳା ରଙ୍ଗକୁ କ୍ୟାଲସିୟମ୍ କାର୍ବୋନାଟ୍ ପରିବର୍ତ୍ତେ ବେରିୟମ୍ ସଲଫେଟରେ ତିଆରି କରି ଏହାକୁ ସର୍ବୋଚ୍ଚ ଧଳାତା ପ୍ରଦାନ କରିଛନ୍ତି। ଯଦି ଏହି ରଙ୍ଗକୁ କୁଲରରେ ଦିଆଯାଏ ତେବେ ବାୟୁ ଅଧିକ ଥଣ୍ଡା ହୋଇଯିବ ବୋଲି ଜଣା ପଡିଛି।ସେହିଭଳି, ଯଦି ଏହି ନୂତନ ଭାବେ ଆବିଷ୍କାର ହୋଇଥିବା ରଙ୍ଗକୁ ୧୦୦୦ ବର୍ଗଫୁଟର ଏକ ଛାତ ଘରେ ଦିଆଯାଏ ତେବେ ସେହି ଛାତ ୧୯ କିଲୋୱାଟ କୁଲିଂ ସହ ସମାନ ଶକ୍ତି ମିଳିଥାଏ।

ଏହାସହ ଅନୁସନ୍ଧାନକାରୀ ଦଳ ବାହ୍ୟ ପରିବେଶରେ ପେଣ୍ଟ୍ ଧଳା ପ୍ରଭାବ ଜାଣିବା ପାଇଁ ପରୀକ୍ଷା କରିଥିଲେ। ତେବେ ପେଣ୍ଟ ହୋଇଥିବା ପୃଷ୍ଠଟି ରାତିର ଆଖପାଖ ପରିବେଶ ଅପେକ୍ଷା ୧୯ ଡିଗ୍ରୀ ଫାରେନ୍ହାଇଟ୍ ଥଣ୍ଡା ହୋଇଥିବାର ଜଣାପଡିଥିଲା। ଅନ୍ୟପକ୍ଷରେ, ଦିପହର ଟାଣ ସୂର୍ଯ୍ୟକିରଣରେ, ପେଣ୍ଟ ହୋଇଥିବା ପୃଷ୍ଠଟି ଏହାର ଆଖପାଖର ତାପମାତ୍ରାଠାରୁ ୮ ଡିଗ୍ରୀ ଫାରେନ୍ହାଇଟ୍ କମ୍ ବୋଲି ଜଣାପଡିଥିଲା। ତେବେ ଏବେ ସେହି ପେଣ୍ଟକୁ ନେଇ ଅଧିକ ପରୀକ୍ଷଣ ଚାଲିଛି। ଏହା ପରେ ଏହାକୁ ବ୍ୟବସାୟିକ ଭାବରେ ଉତ୍ପାଦନ କରାଯିବ ବୋଲି ଅନୁସନ୍ଧାନକାରୀ ଦଳ ସୂଚନା ଦେଇଛନ୍ତି।

ଏହି ପେଣ୍ଟ ସବୁଠୁ ଅଧିକ ଧଳା ହେବା ପଛରେ ଦୁଇଟି କାରଣ ରହିଛି। ପ୍ରଥମତଃ, ଏହି ରଙ୍ଗରେ  ବେରିୟମ୍ ସଲଫେଟ୍ ର ଉଚ୍ଚ ସାନ୍ଧ୍ରତା ରହି ଥାଏ, ଯାହା ଫଟୋ କାଗଜ ଏବଂ ପ୍ରସାଧନ ସାମଗ୍ରୀକୁ ଧଳା କରିବା ପାଇଁ ବ୍ୟବହୃତ ହୁଏ। ଦ୍ୱିତୀୟ କାରଣଟି ହେଉଛି ଦଳ ଏହି ରାସାୟନିକ ଯୌଗିକର ବିଭିନ୍ନ ଆକାରର କଣିକା ବ୍ୟବହାର କରିଛନ୍ତି। ତେବେ ସେହି ସମସ୍ତ ଆକାର ବିଭିନ୍ନ ପରିମାଣର ଆଲୋକ ପ୍ରତିଫଳିତ କରିଥାଏ। ଏହା ସୁନିଶ୍ଚିତ କରେ ଯେ ରଙ୍ଗ ଯଥାସମ୍ଭବ ଆଲୋକ ପ୍ରତିଫଳିତ କରିଥାଏ। ତେବେ ଏହା ଏକ ଉଚ୍ଚ କୋଟିର ଆବିଷ୍କାର ବୋଲି କୁହାଯାଇ ପାରେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: