ଔଷଧ ଖାଇବାକୁ ମନେପକାଇଦେବ ନୂଆ ଆପ ‘ନିମାଇ’ -ନିଜସ୍ୱ ଉପଚାର ନିମନ୍ତେ ହେବ ସହାୟକ

ଔଷଧ ଖାଇବାକୁ ମନେପକାଇଦେବ ନୂଆ ଆପ ‘ନିମାଇ’ -ନିଜସ୍ୱ ଉପଚାର ନିମନ୍ତେ ହେବ ସହାୟକ


ଭୁବନେଶ୍ୱର: ଆଧୁନିକ ଯୁଗରେ ଚିକିତ୍ସା କ୍ଷେତ୍ରରେ ଆଉ ଏକ ସଫଳତା l ଏଣିକି ଔଷଧ ଖାଇବା ପାଇଁ ମନେପକାଇ ଦେବ ଆପ l ଏନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଆପ ‘ନିମାଇ’ l ଯେକୌଣସି ରୋଗ ହେଉନା କାହିଁକି ସଠିକ ସମୟରେ ଔଷଧ ଖାଇବାକୁ ସହାୟତା କରିବ ଏହି ଆପ l ଏହାକୁ ପ୍ରସ୍ତୁତ କରିଛନ୍ତି ଆଇଆଇଟି ଖଡ଼ଗପୁରର କମ୍ପ୍ୟୁଟର ବିଜ୍ଞାନ ତଥା ଏମ. ଟେକ ବିକ୍ରମ ରାୟ l ଏ କ୍ଷେତ୍ରରେ ତାଙ୍କୁ ବୈଷୟିକ ସହାୟତା କରିଛନ୍ତି କିଡ଼ସ ଚିକିତ୍ସାଳୟ ତଥା କାନୁନଗୋ ଡାଇବେଟିସ କେନ୍ଦ୍ରର ମୁଖ୍ୟ ପରାମର୍ଶଦାତା ଡା. ଆଲୋକ କାନୁନଗୋ l


ବିଶେଷକରି ଏହି ଆପ ବରିଷ୍ଠ ନାଗରିକଙ୍କ ନିମନ୍ତେ ବହୁତ ସହାୟକ ହେବ l ବ୍ୟସ୍ତବହୁଳ ଜୀବନ ଏବଂ ଯେଉଁମାନେ କାର୍ଯ୍ୟବ୍ୟସ୍ତତାପାଇଁ ଅନେକ ଔଷଧ ଖାଇବା ନିମନ୍ତେ ଭୁଲି ଯାଆନ୍ତି l ସେହିପରି ଅନେକ ଜଟିଳ ରୋଗ ଯୋଗୁଁ କେଉଁ ଔଷଧ କେଉଁ ସମୟରେ ଖାଇବେ ତାହାକୁ ମଧ୍ୟ ମନେରଖି ପାରନ୍ତି ନାହିଁ l ଏହି କ୍ଷେତ୍ରରେ ଏହି ଆପ ସହାୟକ ହେବ l ଏହି ନିମାଇ ଆପ ‘ଆଇଓଏସ’ ଏବଂ ପ୍ଲେ ଷ୍ଟୋର ଉପଲବ୍ଧ ରହିଛି ଏବଂ ଏଥି ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ l ପ୍ରାଥମିକ ପର୍ଯ୍ୟାୟରେ ଏହି ଏହି ଆପ ଇଂରାଜୀରେ ଥିବାବେଳେ ଖୁବଶୀଘ୍ର ଓଡ଼ିଆରେ ଉପଲବ୍ଧ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି l ଚିକିତ୍ସା କ୍ଷେତ୍ରରେ ପ୍ରୋତ୍ସାହନ କରୁଥିବା ତଥା ମୁଖ୍ୟ ପ୍ରଶିକ୍ଷକ ଓ ଗୁରୁତର ରୋଗୀଙ୍କୁ ସାହାଯ୍ୟ କରୁଥିବା ପ୍ରଫେସର ଡା. ନିମାନନ୍ଦ ରାୟଙ୍କୁ ଉତ୍ସର୍ଗୀକୃତ କରାଯାଇଛି ବୋଲି ଡା ଆଲୋକ କାନୁନଗୋ ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l

ଏହି ନିମାଇ ଆପ୍ ଲୋକାର୍ପିତ ଉତ୍ସବରେ ଡଃ ସୁକନ୍ୟା ରାୟ, ଡଃ ମିହିର କୁମାର ସେନାପତି ଉପସ୍ଥିତ ରହି ଆପ଼ ଲୋକମାନଙ୍କ ହିତରେ ଆସିବ ବୋଲି ମତବ୍ୟକ୍ତ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: