ଆମୀରଙ୍କ ପାଇଁ ଅଶୁଭ ୧୫-୧୬! କିଛି ନଥାଇ କାହିଁକି ହେଲା ଦ୍ଵିତୀୟ ଛାଡ଼ପତ୍ର

ଆମୀରଙ୍କ ପାଇଁ ଅଶୁଭ ୧୫-୧୬! କିଛି ନଥାଇ କାହିଁକି ହେଲା ଦ୍ଵିତୀୟ ଛାଡ଼ପତ୍ର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାଙ୍ଗିଲା ବଲିଉଡର ମିଷ୍ଟର ପରଫେକ୍ଟ ଆମୀର ଖାନ୍ ଓ ଦ୍ଵିତୀୟ ପତ୍ନୀ କିରଣ ରାଓଙ୍କ ବିବାହ ବନ୍ଧନ।୧୫ ବର୍ଷ ବୈବାହିକ ସମ୍ପର୍କରେ ପଡିଲା ଫାଟ। ତେବେ ପୂର୍ବରୁ କୌଣସି ମନମାଳିନ୍ୟର ଆଭାସ ନଥାଇ ହଠାତ୍ ଉଭୟ ଛାଡପତ୍ର ନେବା କଥା ଘୋଷଣା କରିବା ଦର୍ଶକ ଓ ପୁରା ବଲିଉଡ ଜଗତରେ ଚହଳ ଖେଳେଇ ଦେଇଛି। ଉଭୟ ମିଳିତ ଭାବେ ଏକ ବିବୃତ୍ତୀ ଜାରିକରୀ କହିଛନ୍ତି ଯେ ସେମାନେ ଆଗକୁ ସ୍ୱାମୀ- ସ୍ତ୍ରୀ ହୋଇ ରହିବେ ନାହିଁ କିନ୍ତୁ ବନ୍ଧୁ ଭଳି ଏକାଠି କାର୍ଯ୍ୟ କରିବେ।
ଆମୀର ଖାନ୍ ଓ କିରଣ ରାଓ ନିଜ ବିବୃତ୍ତୀରେ କହିଛନ୍ତି, ‘୧୫ ବର୍ଷର ସମ୍ପର୍କ ଆମ ପାଇଁ ସୁଖଦାୟକ ଥିଲା। ଆମେ ଦୁୁହେଁ ଏକାଠି ଜୀବନର ଅନୁଭବ ଉଠାଇଥିଲୁ। ଏକାଠି ଖୁସି ହୋଇଥିଲୁ ଏକାଠି ଦୁଃଖି ହୋଇଥିଲୁ। ଆମ ସମ୍ପର୍କ କେବଳ ବିଶ୍ୱାସ, ସମ୍ମାନ ଏବଂ ପ୍ରେମ ନେଇ ଆଗକୁ ବଢ଼ିଥିଲା। ଏବେ ଆମେ ଆମ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଛୁ। ତେବେ ସ୍ୱାମୀ-ସ୍ତ୍ରୀ ରୂପେ ନୁହେଁ,ସହ-ମାତା-ପିତା ଓ ପରିବାର ରୂପେ। କିଛି ଦିନ ତଳେ ଆମେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ। ଏବେ ଏହି ନିଷ୍ପତ୍ତିକୁ ଔପଚାରିକ ରୂପେ ସର୍ବସମ୍ମୁଖକୁ ଆଣିଛୁ।’
ସୂଚନା ମୁତାବକ, ଫିଲ୍ମ ‘ଲଗାନ୍‌’ର ସୁଟିଂ ସେଟ୍‌ରୁ ଆମୀର ଓ କିରଣଙ୍କ ଦେଖାସାକ୍ଷାତ ହୋଇଥିଲା। ଫିଲ୍ମ ଲଗାନରେ କିରଣ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ରୂପେ କାମ କରିଥିଲେ। ଏଠାରୁ ହିଁ ଦୁହିଁଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପରେ ୨୦୦୫ ଡିସେମ୍ବର ୨୮ ତାରିଖରେ ଉଭୟ ବିବାହ କରିଥିଲେ। ତେବେ ଏହାପୂର୍ବରୁ ଆମୀର ତାଙ୍କର ପିଲାଦିନ ସାଙ୍ଗ ରିନା ଦତ୍ତଙ୍କୁ ବିବାହ କରିଥିଲେ। ସେମାନେ ୧୬ ବର୍ଷ ବିବାହ କରି ଏକାଠି ରହିବା ପରେ ୨୦୦୨ ମସିହାରେ ଛାଡ଼ପତ୍ର ନେଇଥିଲେ। ରିନା ଓ ଆମୀରଙ୍କ ଗୋଟିଏ ପୁଅ ଜୁନେଦ ଓ ଝିଅ ଆୟରା ଖାନ୍ ଅଛନ୍ତି। ଯେଉଁମାନେ କି ପିତା ଆମୀରଙ୍କ ସହ ରୁହନ୍ତି। ତେବେ ୨୦୧୧ରେ ଆମୀର ଓ କିରଣଙ୍କ ସାରୋଗେସିରେ ଏକ ପୁଅ ହୋଇଥିଲା ଯାହାର ନାମ ଆଜାଦ୍। ତେବେ ଆମୀର ଓ କିରଣ ମିଶି ନିଜର ଏକ ପ୍ରଡକ୍ସନ ହାଉସ ସମେତ ଅନେକ ବ୍ୟବସାୟ ଚଲାଉଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: