ମେଡେନ୍ ଟାଇଟଲ ଦୌଡ଼ରେ ଦିଲ୍ଲୀ, ମୁମ୍ବାଇ ଆଶା ନଂ-୫?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମଙ୍ଗଳବାର ଫଟାଫଟ୍ କ୍ରିକେଟ IPLର ଫାଇନାଲ୍। ଟାଇଟଲ୍ ପାଇଁ ଲଢ଼ିବେ ଦୁଇ ଶକ୍ତିଶାଳୀ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ପଞ୍ଚମ ଥର ଟାଇଟଲ୍ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ମୁମ୍ବାଇ। ସେପଟେ, ମେଡେନ୍ IPL ଟ୍ରଫି ହାତେଇବାକୁ ସମସ୍ତ ବଳ ପ୍ରୟୋଗ କରିବ ଆୟାର ଆଣ୍ଡ କୋ।
ମଙ୍ଗଳବାର ଦୁବାଇରେ ଖେଳାଯିବ ଡ୍ରିମ୍ସ-୧୧ ଆଇପିଏଲର ଫାଇନାଲ୍ ମ୍ୟାଚ୍। ମୁମ୍ବାଇ ସହ ଲଢ଼ିବ ଦିଲ୍ଲୀ। IPL ଇତିହାସର ସବୁଠୁ ସକ୍ସେସଫୁଲ୍ ଟିମ୍ ତଥା ଅଧିକ ଥର ଚାମ୍ପିଅନ୍ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବାକୁ ରଣନୀତି ପ୍ରସ୍ତୁତ କରିଛି ଦିଲ୍ଲୀ। ଟୁର୍ଣ୍ଣାମେଣ୍ଟର ପରଫରମାନ୍ସକୁ ଦେଖିଲେ ମୁମ୍ବାଇର ପଲା ଭାରି ରହିଛି। ତେବେ, ମୁମ୍ବାଇ ସକ୍ସେସରେ ବ୍ରେକ୍ ଲଗାଇବାକୁ ଦିଲ୍ଲୀ ପ୍ଲେୟାର ଫୁଲ୍ ଦମରେ ଅଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ
ଚଳିତଥରର ବଢ଼ିଆ ଟିମ୍। ବ୍ୟାଟିଂ ଓ ବୋଲିଂରେ କମାଲ କରି ପ୍ରଥମ ଥର ପାଇଁ IPL ଫାଇନାଲରେ ଏଣ୍ଟ୍ରି କରିଛି। ଫିଲ୍ଡିଂ ବି କିଛି କମ୍ ନୁହେଁ। ଟିଚର ରିକି ପଣ୍ଟିଂଙ୍କ ତତ୍ତ୍ୱାବଧାନରେ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଛି ଟିମ୍ । ୨ଟି ଶତକ ସହ ଅଭିଜ୍ଞ ଧାୱନ ପୂରା ଫର୍ମରେ ଅଛନ୍ତି। ସେହିପରି ଅଧିନାୟକ ଶ୍ରେୟସ ଆୟାର ବିସ୍ଫୋରଣ ବ୍ୟାଟିଂରେ ମାହିର। ଦ୍ରୁତ ଇନିଂସ ଖେଳି ସେ ଦଳକୁ ଆଗକୁ ନେଉଛନ୍ତି। ତେବେ, ଆହତ ପନ୍ତଙ୍କ ଫର୍ମକୁ ନେଇ ସାମାନ୍ୟ ଟେନସନରେ ଦିଲ୍ଲୀ ଅଛି। ଗତ ମ୍ୟାଚର ହିରୋ ତଥା ଇନଫର୍ମ ଅଲରାଉଣ୍ଡର ଷ୍ଟୋଇନିସ୍ ବ୍ୟାଟ୍ ଚାଲିଲେ ମୁମ୍ବାଇ ଅଡୁଆରେ ପଡ଼଼ିପାରେ। ସେହିପରି, ଅକ୍ଷର ପଟେଲ ୱିକେଟ ନେବା ସହ ବଡ଼ ସଟ୍ ଖେଳି ପାରୁଛନ୍ତି। ସେହିିିପରି ୨୯ଟି ୱିକେଟ୍ ନେଇ ଚଳିତ ଆଇପିଏଲର ହାଏଷ୍ଟ ୱିକେଟ ଟେକର ଲିଷ୍ଟରେ ଅଛନ୍ତି ରାବାଡା। ମୁମ୍ବାଇକୁ ଜିତିବାକୁ ହେଲେ ରାବାଡାଙ୍କୁ ଠିକ୍ ସେ ସାମ୍ନା କରିବାକୁ ପଡ଼ିବ।
କିନ୍ତୁ ଚଳିତ ଆଇପିଏଲରେ ଦିଲ୍ଲୀର ମୁଖ୍ୟ ପ୍ରତିବନ୍ଧକ ସାଜିଛି ମୁମ୍ବାଇ। କାରଣ ଖେଳିଥିବା ୩ଟି ମ୍ୟାଚରେ ଦିଲ୍ଲୀକୁ ପରାସ୍ତ କରିଛି ରୋହିତ ଆଣ୍ଡ କୋ। ତେବେ ରିକିଙ୍କ ଷ୍ଟୁଡେଣ୍ଟ ନିଜର ତ୍ରୁଟି ସୁଧାରି ମଇଦାନକୁ ବାହାରିବେ। ଦୁବାଇ ମଇଦାନରେ ମୁମ୍ବାଇକୁ ଶକ୍ତ ଝଟକା ଦେଇ ଫାଷ୍ଟ ଟାଇଟଲ୍ ଆଣିବାକୁ ଆଶା ରଖିଛି ଦଳ।
ମୁମ୍ବାଇ ଇଣ୍ଡିଆନ୍ସ
ଚଳିତ ଟୁର୍ଣ୍ଣାମେଣ୍ଟର ମୋଷ୍ଟ ପାୱାରଫୁଲ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ। ବୋଲିଂ ହେଉ ଅବା ବ୍ୟାଟିଂ, ସବୁଥିରେ, ସବୁବେଳେ ଚମତ୍କାର, ବିସ୍ଫୋରଣ ପରଫରମାନ୍ସ, ଦେଇଛି ରୋହିତ ଆଣ୍ଡ କୋ। ଓପନର ଡିକକ୍ ହୁଅନ୍ତୁ ଅବା ଇନ୍ ଫର୍ମ ସୂର୍ଯ୍ୟକୁମାର ଯାଦବ। ବ୍ୟାଟ୍ ଚାଲିଲେ କେବଳ ଚୌକା ଓ ଛକାର ବର୍ଷା ମାନେ ବିସ୍ଫୋରକ ସଟ୍, ବଡ଼ ଇନିଂସ। ଜୁନିଅର୍ ହିରୋ ଈଶାନ କିଷନ ବି କମାଲ କରିଛନ୍ତି। ବଡ଼ ସଟ୍ ସହ ବଡ଼ ବଡ଼ ଇନିଂସ ଖେଳିକୁ ଦଳକୁ ବିଜୟୀ କରାଇଛନ୍ତି। ପାଣ୍ଡ୍ୟା ବ୍ରଦର୍ସ ମଇଦାନରେ ଅଛନ୍ତି ମାନେ ବିଜୟ ନିଶ୍ଚିତ। ଚତୁର୍ଦ୍ଦିଗକୁ ଅବିଶ୍ୱାସନୀୟ ସଟ୍ ଖେଳନ୍ତି ସେମାନେ। ସେପଟେ, ପୋଲାର୍ଡଙ୍କ ସଟ୍ ତ ଦର୍ଶକ ଦେଖିଛନ୍ତି। ଖାସ୍ କରି ଶେଷ ୪ ଓଭର ପୋଲାର୍ଡଙ୍କ ନାଁରେ ଥାଏ। ବିଶାଳ ଛକା ମାରି ବୋଲରଙ୍କୁ ଟେନସନ୍ ଦିଅନ୍ତି ଏହି କାରବିୟାନ୍ ପ୍ଲେୟାର। ସେହିପରି ବୁମରାଙ୍କ ୟର୍କରକୁ କିଏ ରୋକିବ। ଏଯାଏ ୨୭ଟି ୱିକେଟ୍ ନେଇ ବ୍ୟାଟସମାନଙ୍କ ପାଇଁ ଘାତକ ସାଜିଛନ୍ତି ଏହି ୟଙ୍ଗଷ୍ଟର। ବୋଲ୍ଟ ଓ ରାହୁଲ ଚହର ମଧ୍ୟ ଘାତକ ବୋଲିଂ କରିବାରେ ମାହିର। ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ କମାଲ କରି ପଞ୍ଚମ ଥର ଟ୍ରଫି ହାତେଇବାକୁ ପଡ଼ିଆକୁ ଓହ୍ଲାଇବେ ମୁମ୍ବାଇ ପ୍ଲେୟାର।

କୋରୋନା କଟକଣା ଯୋଗୁ IPLର ତ୍ରୟୋଦଶ ସଂସ୍କରଣ ଦୁବାଇରେ ଖେଳାଯାଉଛି। ଦର୍ଶକଙ୍କ ଭିଡ଼ ନଥିବା ବେଳେ ମଇଦାନରେ କିନ୍ତୁ ଚୌକା ଓ ଛକାର ବର୍ଷା ଦେଖିବାକୁ ମିଳୁଛି। ମଙ୍ଗଳବାର ଦୁବାଇ ମୈଦାନରେ ଟାଇଟଲ୍ ଲଢ଼େଇର LIVE SHOW ଟିଭିରେ ଦେଖିବେ ଦର୍ଶକ। କୋରୋନା ଗାଇଡଲାଇନ୍ ମାନି ଚଳିତଥର ଶେଷ ହେବ ଏହି ମହା ମୁକାବିଲା। ମୁମ୍ବାଇ ପଞ୍ଚମ ଥର ଚାମ୍ପିଅନ୍ ହେବା ଆଶାରେ ଥିବାବେଳେ ଦିଲ୍ଲୀ ପ୍ରଥମ ଥର ଚାମ୍ପିଅନ୍ ହେବା ପାଇଁ ପଡ଼ିଆକୁ ଓହ୍ଲାଇବ। ମୁମ୍ବାଇର ବିଜୟ ରଥକୁ ଦିଲ୍ଲୀ ଅଟକାଇପାରିବ କି ? ମଙ୍ଗଳବାର ଦୁବାଇ ମଇଦାନ କହିବ, କିଏ ପ୍ରକୃତରେ IPL ଟାଇଟଲ୍ ହକଦାର।

%d bloggers like this: