ଭାରତରେ ହଠାତ୍ ବନ୍ଦ ହେଇଗଲା WhatsApp

ଭାରତରେ ହଠାତ୍ ବନ୍ଦ ହେଇଗଲା WhatsApp

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସାରା ଦେଶରେ ଲୋକପ୍ରୀୟ ମ୍ୟେସେଜିଂ ଆପ୍ WhatsApp ହେଲା ଡାଉନ୍ । ଆଜି ମଧ୍ୟାହ୍ନରେ ପ୍ରାୟ ୩୦ ମିନିଟ ହ୍ୱାଟସ୍‌ ଆପ୍ ଡାଉନ୍ ଥିବା ସୂଚନା ମିଳିଛି। ଡାଉନ୍ ଯୋଗୁଁ ଟେକ୍ସଟ, ଭଏସ୍, ଭିଡିଓ ମେସେଜ୍ ଯାଇନଥିଲା।ହ୍ୱାଟସ୍‌ ଆପ ଡାଉନ ପଡିବା ଯୋଗୁ ବିଶ୍ୱରେ କୋଟିକୋଟି ଲୋକେ ପ୍ରଭାବିତ ହୋଇଛନ୍ତି।ହ୍ୱଟସ୍‌ ଆପ ଡାଉନ ପଡିବା ଅଭିଯୋଗରେ ଲୋକମାନେ ଟ୍ୱିଟରରେ ବିଭିନ୍ନ ପ୍ରକାର ପୋଷ୍ଟ ମଧ୍ୟ କରିଥିଲେ। ହ୍ୱାଟସ୍‌ ଆପ ଡାଉନ ହୋଇଥିବା ନେଇ ଡାଉନ ଡିଟେକ୍ଟର ମଧ୍ୟ ସୂଚିତ କରିଛି। ଡାଉନ ଡିଟେକ୍ଟର ଏ ନେଇ ଟ୍ୱିଟରରେ ସୂଚିତ କରିଛି। ଏଥିରେ ହ୍ୱାଟ୍‌ ଆପ୍ କୁ ନେଇ ୟୁଜର ୩:୧୭ ଏମ ଇଡିଟିରୁ ଏହା ଅଚଳ ହୋଇ ପଡିଥିବା ଅଭିଯୋଗ କରିଛନ୍ତି। ଭାରତରେ ଲୋକେ ପ୍ରାୟ ଅଧଘଣ୍ଟା ହେବ ମ୍ୟାସେଜ ଆଦାନ ପ୍ରଦାନରେ ଅସୁବିଧା ହେଉଥିବା ଅଭିଯୋଗ କରୁଛନ୍ତି। ହ୍ବାଟସ୍‌ଆପ୍‌ ସେବା ଡାଉନ ପ୍ରସଙ୍ଗ ମେଟା କମ୍ପାନି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ହ୍ବାଟସ୍‌ଆପ୍‌ କାମ କରୁନଥିବା ନେଇ ସୂଚନା ପାଇଛୁ । ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଚାଲିଛି । ସେବାକୁ ସ୍ବାଭାବିକ କରିବାକୁ ଉଦ୍ୟମ ଚାଲିଛି । ମେସେଜ ଯିବା ଆସିବାରେ ସମସ୍ୟା ହେଉଛି। ତେବେ ଏହା ପୂର୍ବରୁ ମଧ୍ୟ ଏଭଳି ସମସ୍ୟା ଅନେକ ଥର ଦେଖିବାକୁ ମିଳିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: