ସଂସଦର ଆଗାମୀ ଅଧିବେଶନରେ ପୁଣି ତିନି ‘କୃଷି ଆଇନ’କୁ ନେଇ ଚର୍ଚ୍ଚା; ପ୍ରଧାନମନ୍ତ୍ରୀ

ତିନି ବିବାଦୀୟ କୃଷି ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରିବେ ବୋଲି ଆଜି ସକାଳ ୯ଟା ବେଳେ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଘୋ‌ଷଣା କରିଛନ୍ତି।

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଛନ୍ତି। ପାଖାପାଖି ବର୍ଷେ ହେବ କେନ୍ଦ୍ର ସରକାରଙ୍କ ଏହି କୃଷି ଆଇନକୁ ବିରୋଧ କରି ଶତାଧିକ ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିଲେ।

ଶେଷରେ ମୋଦି ଆଜି ଏହାକୁ ପ୍ରତ୍ୟାହାର କରାଯାଉଥିବା ଘୋଷଣା କରିଛନ୍ତି। ଏଥିସହ କିଛି ଚାଷୀଙ୍କୁ ଆଇନର ମହତ୍ତ୍ୱ ବିଷୟରେ ସରକାର ବୁଝାଇ ପାରି ନଥିବାରୁ ମୋଦି ଦେଶବାସୀଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଚାଲିଛି। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଥମେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରକାଶ ପର୍ବ ପାଇଁ ଶୁଭେଚ୍ଛା ଜଣାଇଥିଲେ । ସରକାର ସେବା ଭାବ ନେଇ କାର୍ଯ୍ୟ କରୁଛନ୍ତି । କୃଷକଙ୍କ କଲ୍ୟାଣ ଆମ ପାଇଁ ପ୍ରାଥମିକତା ।ଦେଶରେ ୧୦୦ ରୁ ୮୦ ଜଣ କ୍ଷୁଦ୍ର ଚାଷୀ । ଦେଶରେ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୧୦କୋଟିରୁ ଅଧିକ । କ୍ଷୁଦ୍ର ଚାଷୀଙ୍କ ସମସ୍ୟା ସମାଧାନ କରିବା ଆମର ଲକ୍ଷ୍ୟ । ଫସଲ ବୀମା ଯୋଜନାକୁ ପ୍ରଭାବୀ କରାଯାଇଛି । ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ଅନେକ ପୁରୁଣା ନିୟମରେ ପରିବର୍ତ୍ତନ । ୨୨କୋଟି ସୋଏଲ ହେଲଥ କାର୍ଡ କୃଷକଙ୍କୁ ଦିଆଯାଇଛି । ୧.୬୨ ଲକ୍ଷ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯାଇଛି । କୃଷକଙ୍କୁ ବୀମାର ଲାଭ ମିଳୁଛି । ମଣ୍ଡିର ନବୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ମାସରେ ସଂସଦରେ ତିନି କୃଷି ଆଇନ ଅନୁମୋଦିତ ହୋଇଥିଲା। ଏହାର ଉଚ୍ଛେଦ ଦାବି କରି ପ୍ରାୟ ଏକ ବର୍ଷ ହେବ ହଜାର ହଜାର କୃଷକ ଦିଲ୍ଲୀ ସୀମାନ୍ତରେ ଡେରା ପକାଇ ପ୍ରତିବାଦ ଚଳାଇଥିଲେ।

Leave a Reply

Your email address will not be published. Required fields are marked *