୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌,ତାରିଖ ଘୋଷଣା କଲେ ECI

୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌,ତାରିଖ ଘୋଷଣା କଲେ ECI

ପ୍ରିଜମ ନ୍ୟୁଜ ବ୍ୟୁରୋ: ୫ଟି ରାଜ୍ୟର ୬୯୦ ବିଧାନସଭା ଆସନ ପାଇଁ ବାଜିଲା ନିର୍ବାଚନୀ ବିଗୁଲ୍‌। ୫ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ ।ୟୁପିର ୪୦୩, ପଞ୍ଜାବର ୧୭୦, ଉତ୍ତରାଖଣ୍ଡର ୭୦,ମଣିପୁରର ୬୦ ଓ ଗୋଆର ୪୦ଟି ଆସନରେ ହେବ ମତଦାନ। ନିର୍ବାଚନ ପାଇଁ ୨ ଲକ୍ଷ ୧୫ ହଜାର ୩୬୮ ମତଦାନ କେନ୍ଦ୍ର କରାଯାଇଛି।

ଏଥର ୟୁପିରେ ୨୪.୯% ନୂଆ ମତଦାତା ମତଦାନ କରିବେ। ୫ଟି ରାଜ୍ୟରେ ମୋଟ ୭ଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ।ପଞ୍ଜାବ, ଉତ୍ତରାଖଣ୍ଡ ଓ ଗୋଆରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ମଣିପୁରରେ ୨ଟି ପର୍ଯ୍ୟାୟରେ ହେବ ମତଦାନ।ମଣିପୁରରେ ଫେବ୍ରୁଆରୀ ୨୭ ଓ ମାର୍ଚ୍ଚ ୩ରେ ମତଦାନ । ମାର୍ଚ୍ଚ ୭ରେ ମତଦାନ ଶେଷ, ୧୦ରେ ଭୋଟ୍ ଗଣତି । ସେହିପରି ୟୁପିରେ ୭ଟି ଫେଜ୍‌ରେ ହେବ ମତଦାନ। ସେହି ପରି ପଂଜାବ, ଗୋଆ, ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ମତଦାନ । ପଂଜାବ, ଗୋଆ, ଉତ୍ତରାଖଣ୍ଡରେ ଫେବ୍ରୁଆରୀ ୧୪ରେ ନିର୍ବାଚନ । ୟୁପିରେ ଫେବ୍ରୁଆରି ୧୦, ୧୪, ୨୦, ୨୩, ୨୭, ମାର୍ଚ୍ଚ ୩ ଓ ୭ରେ ହେବ ମତଦାନ। ୟୁପିରେ ଫେବ୍ରୁଆରି ୧୦ରୁ ମାର୍ଚ୍ଚ ୭ରେ ସରିବ ୭ ଫେଜ୍‌ ନିର୍ବାଚନ ।

ପ୍ରଥମ ଫେଜ୍‌ ୧୦ ଫେବ୍ରୁଆରି,ଦ୍ବିତୀୟ ଫେଜ୍‌ ୧୪ ଫେବ୍ରୁଆରି,ତୃତୀୟ ୨୦ ଫେବ୍ରୁଆରି,ଚତୁର୍ଥ ଫେଜ୍‌ ୨୩ ଫେବ୍ରୁଆରି,ପଞ୍ଚମ ଫେଜ୍‌ ଫେବ୍ରୁଆରି ୨୬,ଷଷ୍ଠ ଫେଜ୍‌ ୩ ମାର୍ଚ୍ଚ,ସପ୍ତମ ତଥା ଶେଷ ଫେଜ୍‌ ଭୋଟ୍‌ ମାର୍ଚ୍ଚ ୭ରିଖରେ ହେବ। ଏହାସହ ସମସ୍ତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ ଅଫ ଇଣ୍ଡିଆ। ଜାନୁଆରି ୧୫ ଯାଏ ନିର୍ବାଚନୀ ଶୋଭାଯାତ୍ରାକୁ ଅନୁମତି ନାହିଁ । ପଦଯାତ୍ରା, ରୋଡ୍‌ ଶୋ, ଶୋଭାଯାତ୍ରା ବା ସଭା ଉପରେ କଟକଣା ଲଗାଯାଇଛି । ସାଇକେଲ, କାର୍‌ ବା ବାଇକ୍‌ ରାଲିକୁ ମଧ୍ୟ ମନା ହୋଇଛି। ନିର୍ବାଚନ ପରେ ବି ବିଜୟ ଶୋଭାଯାତ୍ରା ମନା ହୋଇଛି। ଏହାସହ ପ୍ରାର୍ଥୀଙ୍କ ସହ ୨ରୁ ଅଧିକ ଲୋକ ବିଜୟ ପ୍ରମାଣପତ୍ରପାଇଁ ଯାଇପାରିବେନି । ଦେଶରେ ବଢୁଥିବା କୋଭିଡ ଓ ଓମିକ୍ରନ ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ଏହି ନିଷ୍ପତ୍ତି ନେଇଛନ୍ତି।ଗୋଆ, ମଣିପୁରର ପ୍ରାର୍ଥୀ ପ୍ରଚାରରେ ସର୍ବାଧିକ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ।

ୟୁପି, ଉତ୍ତରାଖଣ୍ଡ ଓ ପଞ୍ଜାବର ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ‘ସୁବିଧା’ ଆପ୍ ଦ୍ୱାରା ରାଜନୈତିକ ଦଳ ସଭା ପାଇଁ ଆବେଦନ କରିପାରିବେ । CIVIGIL ଆପ୍ ଦ୍ୱାରା ସାଧାରଣ ନାଗରିକ ନିର୍ବାଚନରେ ହେଉଥିବା ଅନୈତିକ କାର୍ଯ୍ୟକଳାପ ବାବଦରେ ଅଭିଯୋଗ କରିପାରିବେ । ସି-ଭିଜିଲ୍ ଆପରେ କୌଣସି ଦଳ ଲାଞ୍ଚ ବାଣ୍ଟୁଥିବାର ଭିଡିଓ ମଧ୍ୟ ନାଗରିକ ଅପଲୋଡ୍ କରିପାରିବେ । ‘ସୁବିଧା’ ଆପ୍ ଦ୍ୱାରା ରାଜନୈତିକ ଦଳ ସଭା ପାଇଁ ଆବେଦନ କରିପାରିବେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: