୫-ଟି ସଚିବଙ୍କ କଟକ  ଗସ୍ତ, ଅନୁଧ୍ଯାନ କଲେ…

୫-ଟି ସଚିବଙ୍କ କଟକ ଗସ୍ତ, ଅନୁଧ୍ଯାନ କଲେ…

ପ୍ରିଜମ ନ୍ୟୁଜ ବ୍ୟୁରୋ: କଟକରେ ୫-ଟି ସଚିବ ଭି.କେ ପାଣ୍ଡିଆନ। ଗୁରୁବାର ସେ କଟକ ଚଣ୍ଡୀ ମନ୍ଦିରରେ ମା’ଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନୟନମୂଳକ କାମ ନେଇ ଅନୁଧ୍ୟାନ କରିଛନ୍ତି। ସେ ମନ୍ଦିରର ସମସ୍ତ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ମନ୍ଦିରର ସ୍ଥିତିବାନ ଅଞ୍ଚଳ ବୁଲି ଦେଖିଛନ୍ତି । ତେବେ ମନ୍ଦିରରେ ଥିବା ସମସ୍ୟା ବିଶେଷ କରି ଜଳ ନିଷ୍କାସନ, ପାର୍କିଂ ଓ ମରାମତି ନେଇ ମନ୍ଦିର କର୍ତ୍ତୃପକ୍ଷ ସଚିବଙ୍କୁ ଅବଗତ କରିଥିଲେ। ଏହାପରେ ମନ୍ଦିର ନବୀକରଣ ପାଇଁ କାଯର୍ର୍‌ୟ ଦ୍ରୁତ ଗତିରେ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ସଚିବ ସମସ୍ତଙ୍କୁ ଜଣାଇଛନ୍ତି । ୭ ଦିନ ମଧ୍ୟରେ ମନ୍ଦିର କମିଟି କଟକ ଚଣ୍ଡୀ ମନ୍ଦିରର ସମସ୍ତ ପ୍ରସ୍ତାବ ସମ୍ପର୍କରେ ଜିଲା ପ୍ରଶାସନ ସହ ଆଲୋଚନା କରିବେ। ସମସ୍ତଙ୍କ ସହଯୋଗରେ ମନ୍ଦିରର ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: