ବଜେଟ୍ ୨୦୨୨: ୧.୫ ଲକ୍ଷ ପୋଷ୍ଟ ଅଫିସରେ କାର୍ଯ୍ୟକାରୀ ହେବ Core Banking System

ବଜେଟ୍ ୨୦୨୨: ୧.୫ ଲକ୍ଷ ପୋଷ୍ଟ ଅଫିସରେ କାର୍ଯ୍ୟକାରୀ ହେବ Core Banking System

ପ୍ରିଜିମ ନ୍ୟୁଜ ବ୍ୟୁରୋ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଦେଶରେ କରୋନା ଲହର ଜାରି ରହିଥିବାରୁ ଚଳିତ ଥର ଅର୍ଥମନ୍ତ୍ରୀ ପେପରଲେସ୍ ବଜେଟ୍ ଆଗତ କରିଛନ୍ତି । ଅର୍ଥମନ୍ତ୍ରୀଙ୍କର ଏହା ଚତୁର୍ଥ ବଜେଟ ହୋଇଥିବା ବେଳେ ଦେଶର ଜିଡିପି ଅଭିବୃଦ୍ଧି ୯.୨୭ ରହିବା ନେଇ ଅନୁମାନ କରାଯାଇଛି। ବଜେଟରେ ଅର୍ଥମନ୍ତ୍ରୀ ଗ୍ରାମାଞ୍ଚଳରେ ବସବାସ କରୁଥିବା କୃଷକ ଓ ବରିଷ୍ଠ ନାଗରିକଙ୍କୁ ପ୍ରାଧାନ୍ୟ ଦେଇଛନ୍ତି । ସମସ୍ତଙ୍କ ନିକଟରେ ବ୍ୟାଙ୍କିଂ ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ୧.୫ ଲକ୍ଷ ପୋଷ୍ଟ ଅଫିସକୁ କୋର୍ ବ୍ୟାଙ୍କିଂ ସହ ଯୋଡ଼ାଯିବ । ଏହାଫଳରେ ଗ୍ରାହକମାନେ ପୋଷ୍ଟ ଅଫିସରୁ ବ୍ୟାଙ୍କକୁ ସହଜରେ ଟଙ୍କା ପଠାଇ ପାରିବେ । ଏଥିସହ ନେଟ ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କିଂ, ଏଟିଏମ ଆଦି ସେବା ମଧ୍ୟ ଉପଲବ୍ଧ ହେବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: