ଅର୍ଜୁନ ରାମପାଲଙ୍କୁ ଏନସିବିର ସମନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡ୍- ଡ୍ରଗ୍ସ ଲିଙ୍କ୍ ମାମଲାରେ ଅଭିନେତା ଅର୍ଜୁନ୍ ରାମପାଲଙ୍କ ଘରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଚଢ଼ାଉ କରିଛି। ତାଙ୍କର ମୁମ୍ବାଇ ବାନ୍ଦ୍ରାସ୍ଥିତ ଘରେ ଏନସିବିର ଅଧିକାରୀ ଚଢ଼ାଉ କରିଛନ୍ତି। ତେବେ ଆସନ୍ତା ୧୧ ତାରିଖରେ ମୁମ୍ବାଇ ସ୍ଥିତ ଅଫିସରେ ହାଜର ହେବାକୁ ଏନସିବି ରାମପାଲଙ୍କୁ ସମନ୍ ଜାରି କରିଛି । ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଅର୍ଜୁନ୍ ରାମପାଲଙ୍କ ଘରୁ କିଛି ଡିଜିଟାଲ୍ ଡିଭାଇସ୍ ମଧ୍ୟ ଜବତ କରିଛି, ଯାହାର ଯାଞ୍ଚ କରାଯିବ। ଏହାସହ ଅର୍ଜୁନ ରାମପାଲଙ୍କ ଲିଭ୍-ଇନ୍ ପାର୍ଟନର ଗାବ୍ରିଏଲାଙ୍କୁ ମଧ୍ୟ ଏନସିବି ସମନ କରିଛି।

ତେବେ ରାମପାଲଙ୍କ ଘରୁ ପ୍ରତିବନ୍ଧିତ ଔଷଧ୍ୟ ଜବତ ହୋଇଥିବା ଏନସିବି ଅଧିକାରୀ କହିବା ପରେ ଏନେଇ ତାଙ୍କ ପାର୍ଟନରଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଏନସିବି ସୂତ୍ରରୁ ଜଣାପଡ଼ିଛି। ଗତ ମାସରେ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗ୍ରାବିଏଲାଙ୍କ ଭାଇ ଏଗିସିଆଲୋସ୍ ଡେମେଟ୍ରିଆଡିଜଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଥିଲା।

%d bloggers like this: