ଅଗଷ୍ଟ ଶେଷ ସୁଦ୍ଧା ଦେଶରେ ତୃତୀୟ ଲହର! ଆଗାମୀ ୧୦୦-୧୨୫ ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ

ଅଗଷ୍ଟ ଶେଷ ସୁଦ୍ଧା ଦେଶରେ ତୃତୀୟ ଲହର! ଆଗାମୀ ୧୦୦-୧୨୫ ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଶ୍ୱରେ ପ୍ରାରମ୍ଭିକ ଅବସ୍ଥାରେ କରୋନା ତୃତୀୟ ଲହର। ଭାରତରେ ତୃତୀୟ ଲହର ପ୍ରବେଶକୁ ନେଇ ସୃଷ୍ଟି ହେଲାଣି ଭୟ। କରୋନା ତୃତୀୟ ଲହରକୁ ନେଇ ପୁଣିଥରେ ଦେଶବାସୀଙ୍କୁ ସତର୍କ କରାଇଲେ କେନ୍ଦ୍ର ସରକାର । ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେଇ କୁହାଯାଇଛି ଯେ ଆଗାମୀ ୧୦୦-୧୨୫ ଦିନ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଦେଶରେ ଦୈନିକ ସଂକ୍ରମଣ ହାରରେ ନକମି ସ୍ଥିର ରହିବା ସମ୍ଭାବିତ ତୃତୀୟ ଲହର ଆସୁଥିବା ନେଇ ଅନୁମାନ କରାଯାଉଛି । ଏହାସହ ଅଗଷ୍ଟ ଶେଷ ସୁଦ୍ଧା ଦେଶରେ କରୋନାର ତୃତୀୟ ଲହର ଆସିଯିବ, ଏବଂ ଦ୍ବିତୀୟ ଲହର ପରି ଏହା ଘାତକ ହେବନାହିଁ, ଏହାର ପ୍ରଭାବ ଯଥେଷ୍ଟ କମ୍‌ ରହିବ ବୋଲି ଆଇସିଏମ୍‌ଆର ମୁଖ୍ୟ ଡାକ୍ତର ସମୀରଣ ପଣ୍ଡା କହିଛନ୍ତି। କିନ୍ତୁ ଅସବାଧନ ରହିଲେ ଏହା ମଧ୍ୟ ଦୁଇଟି ଲହର ଅପେକ୍ଷା ଅଧିକ ଘାତକ ହୋଇପାରେ ବୋଲି ଅନ୍ୟ ଦେଶକୁ ଦେଖି ଲାଗୁଛି। ସେହିପରି
ନୀତି ଆୟୋଗ ସଦସ୍ୟ ଡଃ, ବିକେ ପଲ କହିଛନ୍ତି କି , କରୋନାର ତୃତୀୟ ଲହର କଥା ଏଥିପାଇଁ କୁହାଯାଉଛି କି ବର୍ତମାନ ପର୍ଯ୍ୟନ୍ତ ଦେଶ ହାର୍ଡ ଇମ୍ୟୁନିଟି ସ୍ତରରେ ପହଂଚି ନାହିଁ । ଦେଶରେ କମୁ୍ଥିବା ଦୈନିକ ସଂକ୍ରମଣ ଧିମା ପଡିଛି । ସ୍ଥି୍ିତି ଯେପରି ଖରାପ ନହୁଏ ସେଥପାଇଁ କୋଭିଡ କଟକଣାକୁ କଡା କଡି ପାଳନ କରିବାକୁ ହେବ । ଏହାସହ ସେ କହିଛନ୍ତି କି ଆଗାମୀ ୧୦୦-୧୨୫ ଦିନ ଭାରତ ପାଇଁ ବେସ୍ ଗୁରୁତ୍ୱପୂର୍ଣ୍ଣ, ତେଣୁ ଆମକୁ ସତର୍କ ଓ ଦାୟିତ୍ୱର ସହ କରୋନା କଟକଣା ମାନି ଚଳିବାକୁ ପଡିବ ।ଏହାସହ ଦେଶ ପାଇଁ ଡେଲଟା ପ୍ଲସ୍ ଭେରିୟଣ୍ଟ ଅଧିକ ଘାତକ ହୋଇପାରେ।
ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟରୁ ଜଣା ପଡ଼ିଛି ଯେ ଏବେ ବିଶ୍ୱରେ କରୋନା ସଂକ୍ରମଣର ତୃତୀୟ ଲହର ଆରମ୍ଭ ହୋଇ ସାରିଛି । ଗୋଟିଏ ସପ୍ତାହ ମଧ୍ୟରେ ସ୍ପେନରେ ୬୪ ପ୍ରତିଶତ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାର ଜଣା ପଡ଼ିଛି । ସେହିଭଳି ନେଦରଲାଣ୍ଡ ରେ କରୋନା ସଂକ୍ରମଣ ୩୦୦ ପ୍ରତିଶତ ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ କରୋନା ତୃତୀୟ ଲହର ବ୍ରିଟେନର ଅବସ୍ଥା ମଧ୍ୟ ଖରାପ କରିଦେଇଛି। ଏଠାରେ ସମ୍ପୂର୍ଣ୍ଣ ଟିକା ନେଇଥିବା ବୟସ୍କ ବ୍ୟକ୍ତିମାନେ ମଧ୍ୟ ପୁନଃ ସଂକ୍ରମିତ ହୋଇଛନ୍ତି। ତେଣୁ କରୋନା ଟିକା ନେବା ପରେ ମଧ୍ୟ ସଂକ୍ରମଣ ବଢିପାରେ ବୋଲି ଏଥିରୁ ପ୍ରମାଣ ମିଳିଛି। ଲଣ୍ଡନ୍‌ କିମ୍ସ କଲେଜ୍‌ର ବରିଷ୍ଠ ଭାଇରସ୍‌ ଟ୍ରାକିଂ ସ୍ପେସାଲିଷ୍ଟ୍‌ ପ୍ରଫେସର ଟିମ୍‌ ସ୍ପେକ୍ଟର କହିଛନ୍ତି, ବ୍ରିଟେନ୍‌ରେ ତୃତୀୟ ଲହର ଶୀର୍ଷରେ ପହଞ୍ଚିଛି। ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ମୋଟ୍‌ ୮୭.୨ ପ୍ରତିଶତ ଟିକା ନେଇସାରିଛନ୍ତି। ପ୍ରଫେସର୍‌ ସ୍ପେକ୍ଟର କହିଛନ୍ତି, ଆଗକୁ ସଂକ୍ରମଣ ଆହୁରି ଅଧିକ ବଢ଼ିବ। ବ୍ରିଟେନରେ ତୃତୀୟ ଲହରରେ ଟିକା ନେଇଥିବା ଲୋକମାନେ ପୁନଃ ସଂକ୍ରମିତ ‌ହେଉଥିବାରୁ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ତେବେ ଭାରତ କରୋନା ତୃତୀୟ ଲହର ରୋକିବାକୁ ହେଲେ କଟକଣା କଡ଼ାକଡ଼ି ପାଳନ କରିବାକୁ ଲୋକମାନଙ୍କୁ କୁହାଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: