ଗୋଟିଏ ଲେମ୍ବୁର ମୂଲ୍ୟ ୨୭ ହଜାର ଟଙ୍କା, ଜାଣନ୍ତୁ କଣ ରହିଛି ବିଶେଷତ୍ଵ

ଗୋଟିଏ ଲେମ୍ବୁର ମୂଲ୍ୟ ୨୭ ହଜାର ଟଙ୍କା, ଜାଣନ୍ତୁ କଣ ରହିଛି ବିଶେଷତ୍ଵ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଦେଶରେ ଏବେ ଦରଦାମ ବୃଦ୍ଧି ଶିଖରରେ ପହଞ୍ଚିଛି। ପେଟ୍ରୋଲ ଏବଂ ଡିଜେଲ ସହିତ ପନିପରିବାର ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହୋଇଛି। ଏହି ସମୟରେ ସାରା ଦେଶରେ ଲେମ୍ବୁ ଦର ବୃଦ୍ଧି ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଏବେ ସମଗ୍ର ଦେଶରେ ଲେମ୍ବୁ କିଲୋ ପ୍ରତି ମୂଲ୍ୟ ୩୫୦ ରୁ ୪୫୦ ଟଙ୍କାରେ ପହଞ୍ଚିଛି, କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଲେମ୍ବୁ ବିଷୟରେ କହିବାକୁ ଯାଉଛୁ, ଯାହା ସାମ୍ନାରେ ଲେମ୍ବୁର ଏହି ମୂଲ୍ୟ କିଛି ନୁହେଁ। କାରଣ ଆମ ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଗୋଟିଏ ଲେମ୍ବୁର ମୂଲ୍ୟ ୨୭,୦୦୦ ଟଙ୍କାରେ ବିକ୍ରି ହୋଇଥାଏ।

ଲେମ୍ବୁ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଲେମ୍ବୁର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଲେମ୍ବୁ ଗ୍ରୀଷ୍ମ ଋତୁରେ ଏକ ଉତ୍ତମ ପାନିଅ ଭାବେ ବ୍ୟବହାର କରାଯାଏ। ଏହାର ରସ ଶରୀରର ଅନେକ ଅସୁବିଧା ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ସହିତ ଧାର୍ମିକ ବିଶ୍ୱାସ ପାଇଁ ଲେମ୍ବୁର ମହତ୍ତ୍ୱ ମଧ୍ୟ ବେଶ ରହିଛି। ବିଶେଷ କରି ଦକ୍ଷିଣ ଭାରତରେ ଧାର୍ମିକ ସ୍ଥାନରେ ଲେମ୍ବୁ ଅଧିକ ବ୍ୟବହୃତ ହୁଏ।ସାଧାରଣ ଭାବେ ଲେମ୍ବୁ ବଜାରରେ ଅତି ସହଜରେ ଏବଂ କମ୍ ମୂଲ୍ୟରେ ଉପଲବ୍ଧ ହୋଇଥାଏ। କିନ୍ତୁ ବର୍ତ୍ତମାନ ଲେମ୍ବୁର ଦର ସମସ୍ତ ରେକର୍ଡ ଭାଙ୍ଗୁଥିବା ପରି ମନେ ହେଉଛି। ଆମେ ଯେଉଁ ଲେମ୍ବୁ ବିଷୟରେ କହୁଛୁ ଏହାର ମୂଲ୍ୟ ୨୭,୦୦୦ ଟଙ୍କା, ତାହା ପୁଣି ଗୋଟିଏ ଲେମ୍ବୁର ମୂଲ୍ୟ। ଆପଣ ଏହି ମୂଲ୍ୟ ଜାଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। କିନ୍ତୁ ଏହା ସତ୍ୟ ଅଟେ।

ବାସ୍ତବରେ ତାମିଲନାଡୁର ଏକ ମନ୍ଦିରରେ ଭଗବାନଙ୍କୁ ଅର୍ପଣ କରାଯାଉଥିବା ଲେମ୍ବୁର ମୂଲ୍ୟ ୨୭,୦୦୦ ଟଙ୍କାରେ ବିକ୍ରି ହୋଇଛି। ଏଠାରେ ଥିବା ମନ୍ଦିରରେ ୧୧ ଦିନ ଧରି ଚାଲୁଥିବା ଉତ୍ସବ ସମୟରେ ବିଶେଷ ଉପାସନା କରାଯିବା ସହ ଲେମ୍ବୁ ଅର୍ପଣ କରାଯାଇଥାଏ। ଏହି ପର୍ବ ଶେଷରେ ଈଶ୍ୱରଙ୍କୁ ପ୍ରଦାନ କରାଯାଉଥିବା ଲେମ୍ବୁ ନିଲାମ କରାଯାଏ। ପର୍ବରେ ପ୍ରାୟ ୯ ଟି ଲେମ୍ବୁ ପୂଜା କରାଯାଏ। ପୂଜା ପରେ ଏହି ଲେମ୍ବୁ ନିଲାମ କରାଯାଇଥାଏ। କିଛି ବର୍ଷ ପୂର୍ବେ ନିଲାମରେ ରଖାଯାଇଥିବା ଲେମ୍ବୁରୁ ମୂଲ୍ୟ ୬୮୦୦୦ ଟଙ୍କା ହୋଇଥିଲା। ସେଥି ମଧ୍ୟରୁ ଏକ ଦମ୍ପତି ଗୋଟିଏ ଲେମ୍ବୁ ୨୭,୦୦୦ ଟଙ୍କା ଦେଇ କିଣିଥିଲେ। ପ୍ରତି ବର୍ଷ ଏହିଭଳି ଲେମ୍ବୁ ଗୁଡ଼ିକ ହଜାର ହଜାର ଟଙ୍କାରେ ନିଲାମ ହୋଇଥାଏ। ଏହି ଲେମ୍ବୁ ମାନସିକ ପୂରଣ କରିବା ସହ ସୁଖ ସମୃଦ୍ଧି ଦେଇଥାଏ ବୋଲି ବିଶ୍ୱାସ ରହିଛି। ମନ୍ଦିରର ଏହି ପରମ୍ପରା ବହୁ ବର୍ଷ ଧରି ଚାଲିଆସୁଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: