କଶ୍ମୀର ପଣ୍ତିତଙ୍କ ସଙ୍ଘର୍ଷମୟ କାହାଣୀ ଦ କଶ୍ମୀର ଫାଇଲ୍ସ

କଶ୍ମୀର ପଣ୍ତିତଙ୍କ ସଙ୍ଘର୍ଷମୟ କାହାଣୀ ଦ କଶ୍ମୀର ଫାଇଲ୍ସ

ପ୍ରିଜମ ନ୍ୟୁଜ ବ୍ୟୁରୋ: କଶ୍ମୀରର ପଣ୍ଡିତମାନଙ୍କ ସଂଘର୍ଷମୟ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ବଲିଉଡ୍ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ଏହାର ଟ୍ରେଲର ରିଲିଜ ହୋଇଯାଇଛି । ଏହି ମୁଭିର ନିର୍ଦ୍ଦେଶନା ବିବେକ ଅଗ୍ନିହୋତ୍ରୀ ଦେଇଛନ୍ତି । ୯୦ ଦଶକରେ କଶ୍ମୀର ପଣ୍ଡିତଙ୍କ ପଳାୟନ ଓ ହତ୍ୟା ବିଷୟରେ ଆଧାରିତ କଶ୍ମୀର ନରସଂହାର ଉପରେ ଆଧାରିତ ଏହି ଫିଲ୍ମଟି । ଏହି ଟ୍ରେଲରରେ କଶ୍ମୀର ଆତଙ୍କର ଭୟାନକ ଦୃଶ୍ୟ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମରେ ପଲ୍ଲବୀ ଯୋଶୀ, ପ୍ରକାଶ ବେଲାବଡୀ,ଅନୁପମ ଖେର , ମିଥୁନ ଚକ୍ରବର୍ତ୍ତୀ , ଦର୍ଶନ କୁମାର, ଭାଷା ସୁବଲୀ ,ଚିନ୍ମୟ ମଣ୍ଡେଲକର , ପୁନିତ ଇସ୍ପର , ମୃଣାଳ କୁଲକର୍ଣ୍ଣୀ, ଅତୁଲ ଶ୍ରୀବାସ୍ତବ ଓ ପୃଥ୍ୱୀରାଜ ସରନାଇକ ପ୍ରମୁଖ କଳାକାର ନଜର ଆସିବେ । ଏହି ମୁଭିରେ ଅନପମ ଖେର କଶ୍ମୀର ପଣ୍ଡିତ ପୁଷ୍କର ନାଥ ଭୂମିକାରେ ନଜର ଆସିବେ। କଶ୍ମୀର ନରସଂହାରକୁ ଲୋକଙ୍କ ଆଗକୁ ଆଣିବା ଏତେ ସହଜ କଥା ନୁହେଁ ବୋଲି ମୁଭିର ନିର୍ଦ୍ଦେଶକ କହିଛନ୍ତି । ମୁଭି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଉପରେ ଆଧାରିତ ଅଟେ । ଭାରତୀୟ ଇତିହାସର ଅନେକ ଘଟଣା ଏହି ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମ ମାର୍ଚ୍ଚ ୧୧ରେ ରିଲିଜ ହେବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: