ରାଜରାସ୍ତାକୁ ଓହ୍ଲାଇଲେ ଟେଣ୍ଟ ,କ୍ୟାଟରିଂ, ଫୁଲ ଓ ସାଉଣ୍ଡ ମାଲିକ ସଂଘ

ଟେଣ୍ଟ ହାଉସ୍, କ୍ୟାଟରିଙ୍ଗ ଆଦି ବହୁ ଜନ ସମାଗମ ସମୟରେ ବ୍ୟବହୃତ ସେବା। ଗତବର୍ଷଠାରୁ ବିବାହ, ବ୍ରତ, ସାମାଜିକ ସଭା ସମିତି ଆଦି ବନ୍ଦ ରହିଛି। ତେଣୁ ଏହି ସେବାରେ ନିୟୋଜିତ ଲୋକଙ୍କ ରୋଜଗାର ଠପ୍ ହୋଇଯାଇଛି।

ପ୍ରିଜମ ନ୍ୟୁଜ ବ୍ୟୁରୋ: ୨୦୨୦ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା କରୋନା କଟକଣା ଥରକୁ ଥର ବିଭିନ୍ନ ରୂପରେ ଆମର ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି। ବିଶେଷ କରି ସାମାଜିକ ପ୍ରାଣୀ ମଣିଷର ସାମାଜିକ ଜୀବନ ବ୍ୟାହତ ହୋଇଛି ଏବଂ ସାମାଜିକ ଦୂରତା ଭଳି ଏକ ନିର୍ଦ୍ଧିଷ୍ଟ ନିୟମ ଆମର ସାମାଜିକ ଜୀବନରେ ବିଶେଷ କଟକଣା ଭାବେ ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରଭାବିତ କରିଛି। ସେହିଭଳି ଏକ ସେବା ହେଉଛି ଟେଣ୍ଟ ହାଉସ୍, କ୍ୟାଟରିଙ୍ଗ ଆଦି ବହୁ ଜନ ସମାଗମ ସମୟରେ ବ୍ୟବହୃତ ସେବା। ଗତବର୍ଷଠାରୁ ବିବାହ, ବ୍ରତ, ସାମାଜିକ ସଭା ସମିତି ଆଦି ବନ୍ଦ ରହିଛି। ତେଣୁ ଏହି ସେବାରେ ନିୟୋଜିତ ଲୋକଙ୍କ ରୋଜଗାର ଠପ୍ ହୋଇଯାଇଛି। ବର୍ତ୍ତମାନ ମଲ୍, ସିନେମା ହଲ୍, ଯାତ୍ରା ଆଦି ବହୁ ଜନସମାଗମ ହେଉଥିବା ଯାଗା ଖୋଲିଲାଣି, ମାତ୍ର ବିବାହ ଆଦି କାର୍ଯ୍ୟକ୍ରମରେ ମାତ୍ର ପଚିଶ ଜଣଙ୍କର ଯୋଗଦାନ ପାଇଁ ରହିଥିବା କଟକଣାକୁ ନେଇ ଅସନ୍ତୋଷ ସ୍ପଷ୍ଟ ଦେଖାଦେଇଛି। ରାଜରାସ୍ତାକୁ ଓହ୍ଲାଇ ଅଭିନବ ଉପାୟରେ ନିଜର ଅସନ୍ତୋଷ ଜାହିର କରିଛନ୍ତି ଏହି ସେବା ପ୍ରଦାନକାରୀ ସଂସ୍ଥା ତଥା କର୍ମଚାରୀ।

 ରାଜରାସ୍ତାକୁ ଓଲ୍ଲାଇଲେ ଟେଣ୍ଟ ,କ୍ୟାଟରିଙ୍ଗ, ଫୁଲ ଓ ସାଉଣ୍ଡ ମାଲିକ ସଙ୍ଘ।ରାସ୍ତାରେ ହଣ୍ଡା ହାଣ୍ଡି, ଚୁଲି,ଜେନେରେଟର ଆଦି ଉପକରଣ ରଖି ଅଭିନବ ଉପାୟରେ କଲେ ପ୍ରତିବାଦ। ସୂଚନାଯୋଗ୍ୟ କି ରାଜ୍ୟରେ କରୋନା ର ପ୍ରଭାବ ଦେଖା ଦେବା ଦିନ ଠାରୁ ଏହାକୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର କଟକଣା ଲଗାଇ ଥିଲେ।ଯେଉଁଥିରେ  ଦୋକାନ ବଜାର ସମେତ  ଉପରୋକ୍ତ ସେବା ପ୍ରଦାନକାରୀ ଅନୁଷ୍ଠାନମାନ ମଧ୍ୟ ତାଙ୍କ ସେବା ପ୍ରଦାନ କରିବାରୁ ବନ୍ଦ କରାଯାଇଥିଲା।ତେବେ କ୍ରମଶଃ କରୋନା କଟକଣା କୋହଳ ହେବା ସହ ସରକାର ଦୋକାନ ବଜାର ଆଦି ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।ଯାତ୍ରା ମଣ୍ଡପ ଆଦି ଖୋଲିବାକୁ ମଧ୍ୟ ସୁଯୋଗ ଦିଆଯାଇଛି।ତାହାମଧ୍ୟରେ ଟେଣ୍ଟ,କ୍ୟାଟରିଂ ,ଫୁଲ,ଲାଇଟିଂ ଆଦି ସେବା କରିବାକୁ ଅନୁମତି ମିଳିଛି ସତ କିନ୍ତୁ ଏହି ଯେଉଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେଠାରେ ୨୦ ରୁ ୨୫ ଜଣ ଲୋକଙ୍କ ପାଇଁ ଆୟୋଜନ ହୋଇ ପାରିବ ବୋଲି ନିର୍ଦେଶ ରହିଛି।ଯାହା ଫଳରେ ବିବାହ,ବ୍ରତ,ଶୁଦ୍ଧି ଘର କିମ୍ବା କୌଣସି ସଭାସମିତି ଏତିକି ଲୋକରେ  କରିବାକୁ ସାଧାରଣ ଜନତା ଅରାଜି ହେବାରୁ ଏହି ସବୁ ଶିଳ୍ପ ଉପରେ ନିର୍ଭର ହୋଇ ଚଳୁଥିବା ଲୋକମାନେ ଘରେ ହାତ ବାନ୍ଧି ବସିବା ସହ ମାଲିକ ଖର୍ଚ୍ଚ କରି କରି ନୟାନ୍ତ।ପାଖାପାଖି 2 ବର୍ଷ ଧରି ଏହି ଧାରା ଜାରି ରହିବାରୁ ଅନେକ ମାଲିକ ଓ କର୍ମଚାରୀ ଆତ୍ମହତ୍ୟା ଭଳି ଚରମ ପନ୍ଥା ଆପଣାଉଥିବା ଦେଖିବାକୁ ମିଳିଛି।ଏହା ମଧ୍ୟରେ ଅନେକ ମାଲିକ ନିଜର ସବୁ ସାମଗ୍ରୀ ବିକ୍ରି କରିବା ସହ ଘର ଚଳାଇବା ପାଇଁ ଅନ୍ୟ ପନ୍ଥା ଆପଣାଉଥିବା ଦେଖିବାକୁ ମିଳିଛି।ତେଣୁ ସରକାର ଯେଉଁ ଗାଇଡ଼ ଲାଇନ କରିଛନ୍ତି ସେଥିରେ ପରିବର୍ତ୍ତନ ପାଇଁ ଆଜି ବିଭିନ୍ନ ସଙ୍ଘ ପକ୍ଷରୁ ଦାବି କରାଯାଇଛି। ନଚେତ ସରକାର ସେମାନଙ୍କ ଠାରୁ ତାଙ୍କ ସାମଗ୍ରୀ କିଣି ନେଇ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ସଂଘର ସଦସ୍ୟମାନେ ଦାବି କରିଛନ୍ତି।ଯେପର୍ଯ୍ୟନ୍ତ ସରକାର ତାଙ୍କ ଦାବି ପୂରଣ ନ କରିବେ ସେପର୍ଯ୍ୟନ୍ତ ସେମାନେ ଗାନ୍ଧିମାର୍ଗରେ ଧାରଣା ରେ ବସି ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆଜି ଅଗଷ୍ଟ କ୍ରାନ୍ତି ଦିବସରେ ଏଭଳି ଅନେକ ଧାରଣା ରାଜଧାନୀରେ ସୋମବାରିଆ ଧାଁ-ଧପଡ ଭରା ବ୍ୟସ୍ତ ବହୁଳ ଜୀବନକୁ ପ୍ରଭାବିତ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଆଗକୁ ସରକାର ଏ ନେଇ ବିଚାର କରାଯିବ ବୋଲି ଜଣାପଡିଛି। 

Leave a Reply

Your email address will not be published. Required fields are marked *