ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଭଲ ଖବର ଶୁଣିବେ। ଜୀବନସାଥୀଙ୍କ ସହଯୋଗ ମିଳିବ। ଆପଣ ପରିଶ୍ରମ ଅନୁସାରେ ଲାଭ ପାଇବେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ମଧୁର ହେବ।

ବୃଷ: ପାରିବାରିକ ଜୀବନ ସୁଖକର ହେବ। ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଘରର ଆର୍ଥିକ ସମସ୍ୟାର ସମାଧାନ ହେବ। ‌ବେକାରଙ୍କୁ ରୋଜଗାରର ମଉକା ମିଳିବ।

ମିଥୁନ: କ୍ୟାରିୟରରେ ଭଲ ପରିଣାମ ମିଳିବା ଯୋଗ ଅଛି। ବନ୍ଧୁ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ଦାମ୍ପତ୍ୟ ଜୀବନରେ ଶାନ୍ତି ବଜାୟ ରହିବ। ସୁସ୍ବାଦୁ ଖାଦ୍ୟ ଖାଇବେ।

କର୍କଟ: ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ଧନ ବୃଦ୍ଧି ହେବାର ସମ୍ଭାବନା ଅଛି। ଦୀର୍ଘ ଦିନରୁ ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ।

ସିଂହ: ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ। ଆତ୍ମବିଶ୍ବାସ ବଳରେ ବହୁତ କିଛି କରିପାରିବେ। ବିଦ୍ୟାର୍ଥୀଙ୍କୁ ଲକ୍ଷ୍ୟ ହାସଲ ପାଇଁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।

କନ୍ୟା: କିଣାବିକାରେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି ମାମଲାରେ ଆପଣଙ୍କ ଠାରୁ କେହି ପରାମର୍ଶ ନେଇ ପାରନ୍ତି। ପାରିବାରିକ ଜୀବନ ଉତ୍ସବମୁଖର ହେବ।

ତୁଳା: ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା ନକଲେ ଭଲ। ଧନ୍ଦାମୂଳକ ପାଠ ପଢୁଥିବା ଛାତ୍ର କିଛି ନୂଆ ଶିଖିବେ। ଦାମ୍ପତ୍ୟ ଜୀବନରେ ଖୁସି ବଢ଼ିବ।

ବିଛା: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅତ୍ୟଧିକ ରହିବ। ନୂଆ କାମ ଆରମ୍ଭ କରିବା ଲାଗି ଯୋଜନା ତିଆରି କରିବେ। ଜୀବନସାଥୀର ଭାବନା ବୁଝିବାକୁ ସବୁ ପ୍ରକାର ପ୍ରୟାସ କରିବେ।

ଧନୁ: ଉପଯୁକ୍ତ ଯୋଜନା କ୍ୟାରିୟରରେ ପରିବର୍ତ୍ତନ ଆଣିବ। ଭଲ ବ୍ୟବହାର ଆପଣଙ୍କୁ ଲୋକପ୍ରିୟ କରିଦେବ। ଚାକିରିଆଙ୍କ ଲାଗି ଦିନଟି ଭଲ। ବ୍ୟାଙ୍କ ବାଲାନ୍‌ସ ବୃଦ୍ଧି ହେବ।

ମକର: ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି। ବନ୍ଧୁଙ୍କୁ କୌଣସି ସମସ୍ୟା କହିବେ। ଗ୍ରାଫିକ ଡିଜାଇନର୍‌ଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଦରମା ବୃଦ୍ଧିର ଖବର ପାଇବେ।

କୁମ୍ଭ: ବାପାମାଆଙ୍କ ସହ କୌଣସି ସ୍ଥାନକୁ ଯିବାର ଯୋଜନା କରିବେ। ଆପଣଙ୍କର ନୂଆ କୌଶଳ ବ୍ୟବସାୟକୁ ଆଗକୁ ବଢ଼ାଇବ। ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ।

ମୀନ: ବାକି ଥିବା କାମ ସମାପ୍ତ କରିବାରେ ସଫଳ ହେବେ। ଜମିରେ ନିବେଶ ପାଇଁ ଭଲ ଦିନଟିଏ। ପ୍ରିୟଜନଙ୍କ ସହ ରାତ୍ରିଭୋଜନର ଯୋଜନା କରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: