ଆସୁଛି କିଙ୍ଗଖାନଙ୍କ ନୂଆ ଓଟିଟି ପ୍ଲାଟଫର୍ମ

ଆସୁଛି କିଙ୍ଗଖାନଙ୍କ ନୂଆ ଓଟିଟି ପ୍ଲାଟଫର୍ମ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଏକ ନୂଆ ଯାତ୍ରା ଆରମ୍ଭ କରିବେ ବଲିଉଡର କିଙ୍ଗଖାନ ଶାହରୁଖ ଖାନ୍। ଆଗାମୀ ଦିନରେ ଫିଲ୍ମ ପଠାନ୍‌ରେ ସେ ଦର୍ଶକଙ୍କୁ ଦେଖାଦେବେ । ହେଲେ ତା’ ପୂର୍ବରୁ ସେ ନିଜର ଅଗଣିତ ଫ୍ୟାନମାନଙ୍କୁ ଆଉ ଏକ ସରପ୍ରାଇଜ୍ ଦେଇଛନ୍ତି । ସୋସିଆଲ୍ ମିଡିଆରେ ଶାହରୁଖ ନିଜର ଓଟିଟି ପ୍ଲାଟଫର୍ମ ଆଣୁଥିବା ନେଇ ଘୋଷଣା କରିଛନ୍ତି।ଶାହରୁଖଙ୍କ ଓଟିଟି ପ୍ଲାଟଫର୍ମର ନାଁ ରହିଛି SRK + । ପୋଷ୍ଟକୁ ଦେଖି ଏହା ଏକ ଷ୍ଟ୍ରିମିଂ ସାଇଟ୍ ବୋଲି ଅନୁମାନ କରାଯାଉଛି । ତେବେ ଡିଜିଟାଲ୍ ପ୍ଲାଟଫର୍ମରେ ଶାହରୁଖ ପୂର୍ବରୁ ପ୍ରଡ୍ୟୁସର୍ ଭାବେ ଡେବ୍ୟୁ କରିସାରିଛନ୍ତି । ହେଲେ କୌଣସି ପ୍ରୋଜେକ୍ଟରେ ତାଙ୍କୁ ଅଭିନେତା ଭାବେ ଦେଖିବାକୁ ମିଳିନି। ନିଜ ପୋଷ୍ଟରେ ଶାହରୁଖ ଲେଖିଛନ୍ତି ଯେ, “କୁଛ କୁଛ ହୋନେ ୱାଲା ହୈ ଓଟିଟି କି ଦୁନିୟା ମୈଁ ” ଶାହରୁଖଙ୍କ ଏହି ପୋଷ୍ଟକୁ ନେଇ ତାଙ୍କର କିଛି ବନ୍ଧୁ ମଧ୍ୟ ଖୁସି ଜାହିର କରିଛନ୍ତି । ଏହି ତାଲିକାରେ କରନ ଜୋହରଙ୍କଠାରୁ ଆରମ୍ଭ କରି ଅନୁରାଗ କଶ୍ୟପ ମଧ୍ୟ ସାମିଲ ଅଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ଶାହରୁଖ ନିଜ ଷ୍ଟ୍ରିମିଂ ସାଇଟ୍‌କୁ ଡିଜନୀ ପ୍ଲସ୍ ହଟ୍‌ଷ୍ଟାର୍ ସହ ଅନୁବନ୍ଧିତ କରାଇବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: