ଶରତ ପଟ୍ଟନାୟକ ପିସିସି ସଭାପତି

ଶରତ ପଟ୍ଟନାୟକ ପିସିସି ସଭାପତି

ପ୍ରିଜମ ନ୍ୟୁଜ ବ୍ୟୁରୋ: ବହୁ ଅପେକ୍ଷାର ଅନ୍ତ ଘଟିଛି। କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଓଡ଼ିଶା ପିସିସି ସଭାପତି ଭାବେ ସୋମବାର ନିଯୁକ୍ତ କରାଯାଇଛି। ଏ ନେଇ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ଦ୍ୱିତୀୟ ଥର ପାଇଁ ସେ ପିସିସି ସଭାପତି ହୋଇଛନ୍ତି।ପୂର୍ବରୁ ରାଜ୍ୟ କଂଗ୍ରେସର ମଙ୍ଗ କିଏ ଧରିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ନୂଆ ସଭାପତି ମିଳିବା ନେଇ କୁହାଯାଉଥିଲା ।

ଏ ନେଇ କଂଗ୍ରେସର ଚିନ୍ତନ ଶିବିର ବୈଠକ ମଧ୍ୟ ହୋଇଥିଲା। ପିସିସି ସଭାପତି କିଏ ହେବ ସେନେଇ ପ୍ରଭାରୀ ଚେଲ୍ଲାକୁମାର ଓଡିଶା ଗସ୍ତରେ ଆସିଥିଲେ । ଏହି ସମୟରେ ସେ ଦଳର ବରିଷ୍ଠ ନେତାମାନଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିଥିଲେ ।୨୦୧୯ରୁ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇନଥିଲା । ତେବେ ଏହାକୁ ମଧ୍ୟ ଗୃହୀତ କରାଯାଇଥିବା ଏଆଇସିସି ପକ୍ଷରୁ କୁହାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: