ଶକୁନ୍ତଳମ୍ ରେ ସମନ୍ଥା

ଶକୁନ୍ତଳମ୍ ରେ ସମନ୍ଥା

ପ୍ରିଜମ ନ୍ୟୁଜ ବ୍ୟୁରୋ: ପୁଷ୍ପା ଫିଲ୍ମରେ ଓ ଆଂଟୱାରେ ନିଜର ସୁନ୍ଦର ଅଭିନୟକୁ ନେଇ ଦର୍ଶକଙ୍କ ମନ ଜିଣିଛନ୍ତି ସମନ୍ଥା ରୁଥ ପ୍ରଭୁ। ଆଗାମୀ ଫିଲ୍ମ ମଧ୍ୟ ଦର୍ଶକଙ୍କ ପାଇଁ ଉତ୍କଣ୍ଠା ବଢ଼ାଇଛି । ପୌରାଣିକ କଥାବସ୍ତୁ ଉପରେ ଆଧାରିତ ତେଲୁଗୁ ଫିଲ୍ମ ଶକୁନ୍ତଳାମରେ ସେ ଶକୁନ୍ତଳାଙ୍କ ଭୂମିକା କରୁଛନ୍ତି । ଏହାର ଫାଷ୍ଟ ଲୁକ ଜାରି କରାଯାଇଛି । ଏଥିରେ ଶକୁନ୍ତଳା ଭାବେ ସମନ୍ଥାଙ୍କ ଲୁକ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି । ସୋସିଆଲ ମିଡିଆ ଆକାଂଉଟ ମାଧ୍ୟମରେ ସାମନ୍ଥା ତାଙ୍କ ଆଗାମୀ ଫିଲ୍ମର ପୋଷ୍ଟର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି ।ଫିଲ୍ମର କାହାଣୀ ଗୁନାସେଖର ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । କାଳିଦାସଙ୍କ ଲିଖିତ ଅଭିଜ୍ଞାନଶକୁନ୍ତଳମ ଉପରେ ଏହା ଆଧରିତ । ଫିଲ୍ମ କେବେ ରିଲିଜ ହେବ ସେ ସମ୍ପର୍କରେ ମେକର୍ସଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: