ଏହି ଫିଲ୍ମରେ ଏହି ଷ୍ଟାରଙ୍କ ଉଚ୍ଚତା ହେବ ୯ ଫୁଟ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦକ୍ଷିଣ ସୁପରଷ୍ଟାର ପ୍ରଭାସ ଏବଂ ସୈଫ ଅଲୀ ଖାନଙ୍କ ଅଭିନୀତ ‘ଆଦିପୁରୁଷ’ ଆରମ୍ଭରୁ ଚର୍ଚ୍ଚାରେ ରହିଛି। ଓମ୍ ରାଉତ ନିର୍ଦ୍ଦେଶିତ ଏହି ଫିଲ୍ମ ‘ରାମାୟଣ’ ଉପରେ ଆଧାରିତ। ରାମଙ୍କ ଭୂମିକାରେ ପ୍ରଭାସ ଏବଂ ରାବଣ ଭାବେ ସୈଫ ପରଦାକୁ ଆସିବେ। ରାବଣର ଚରିତ୍ରକୁ ଭୟଙ୍କର କରିବାକୁ ସୈଫଙ୍କ ଉଚ୍ଚତା ୮ରୁ ୯ ଫୁଟ୍ କରାଯିବ। ଏଥିପାଇଁ ସ୍ପେଶାଲ ଇଫେକ୍ଟସର ବ୍ୟବହାର କରାଯିବ। ଏହା ବ୍ୟତୀତ ବଡ଼ ବଡ଼ ନିଶ, ଲମ୍ବା କେଶ ସହ ବଳିଷ୍ଠ ଚେହେରା ଭାବେ ତାଙ୍କୁ ମେକଅପ କରାଯିବ। ତେବେ ଏହି ଫିଲ୍ମର ପ୍ରଯୋଜନା ଭାର ଟି-ସିରିଜର କୃଷ୍ଣ କୁମାର ଏବଂ ଓମ୍ ରାଉତ, ରେଟ୍ରୋ ଫିଲ୍ମସର ପ୍ରସାଦ ସୁତାର ଓ ରାଜେଶ ନାୟାର ସମ୍ଭାଳିଛନ୍ତି। ଏହାର ସଂଳାପ ମନୋଜ ମୁତାଂଶିର ଲେଖୁଛନ୍ତି। ବହୁଭାଷୀ ବିଶିଷ୍ଟ ଏହି ୩ଡି ଫିଲ୍ମଟି ୨୦୨୨ ମସିହା ଅଗଷ୍ଟ ୧୧ରେ ରିଲିଜ ହେବାର ସମ୍ଭାବନା ରହିଛି।

%d bloggers like this: