କୋହଲିଙ୍କ ଅନୁପସ୍ଥିତିରେ କିଏ ଅଧିନାୟକ ? ଏହି ଖେଳାଳିଙ୍କ ନାଁ କହିଲେ ସୋଏବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ରୋହିତ ଶର୍ମା କ୍ୟାପଟେନସିପ୍ କରିବା ଉଚିତ୍। ରେଗୁଲାର କ୍ୟାପଟେନ୍ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ହିଁ ଦଳକୁ ଆଗକୁ ନେଇପାରିବେ। ଏଭଳି କହିଛନ୍ତି ପାକିସ୍ତାନର ପୂର୍ବତନ ସ୍ପିଡଷ୍ଟର ସୋଏବ ଅଖତର। ଆଇପିଏଲ ସରିବା ପରେ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି ଟିମ୍ ଇଣ୍ଡିଆ। ଆସନ୍ତା ୨୭ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ଆରମ୍ଭ ହେବାକୁ ଯାଉଛି। ୩ଟି ଦିନିକିଆ ପରେ ୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଆରମ୍ଭ ହେବ। ଡିସେମ୍ବର ୧୭ରୁ ଦୁଇ ଦେଶ ମଧ୍ୟରେ ଖେଳାଯିବ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ। ତେବେ, ପ୍ରଥମ ଟେଷ୍ଟ ପରେ ସ୍ୱଦେଶ ଫେରିବେ ରେଗୁଲାର କ୍ୟାପଟେନ୍ ବିରାଟ କୋହଲି। ତାଙ୍କ ଅନୁପସ୍ଥିତିରେ ଦାୟିତ୍ୱ ନେବେ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ। ବିରାଟଙ୍କ ଅନୁପସ୍ଥିତିରେ ଦଳରେ ଯୋଗଦେବେ ହିଟମ୍ୟାନ୍ ରୋହିତ ଶର୍ମା।

ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମାଙ୍କ ଏଣ୍ଟ୍ରି ଦଳକୁ ଆହୁରି ଶକ୍ତିଶାଳୀ କରିବ। ତେବେ, କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଦଳର ଅଧିନାୟକ ହେବା ଉଚିତ୍ ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ଫାଷ୍ଟ ବୋଲର ସୋଏବ ଅଖତର। ରୋହିତ, ବିଶ୍ୱର ଜଣ ମହାନ୍ ଖେଳାଳି। ସେ ଏକାକି ମ୍ୟାଚ୍ ବିଜୟୀ କରାଇପାରିବେ। ଓପନିଂ କରି ଅବିଶ୍ୱସନୀୟ ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି। ବଡ଼ ବଡ଼ ଇନିଂସ ଖେଳିବାରେ ସେ ମାହିର ବୋଲି ସୋଏବ କହିଛନ୍ତି। ତାଙ୍କୁ ଦଳର ଦାୟିତ୍ୱ ଦେଲେ ଏହା ଟିମ୍ ଇଣ୍ଡିଆ ପାଇଁ ପ୍ଲସ୍ ପଏଣ୍ଟ ହେବ ବୋଲି ସେ କହିଛନ୍ତି। ୨୦୧୦ରୁ ଲଗାତାର ସମସ୍ତ ଫର୍ମାଟରେ ଖେଳି ଆସୁଛନ୍ତି କୋହଲି। ଏପରିକି ଗତ କିଛି ବର୍ଷ ହେଲା ସବୁ ଫର୍ମାଟରେ ରନ୍ ମେସିନ୍ କୋହଲି କ୍ୟାପଟେନସିପ୍ କରୁଛନ୍ତି । ତେଣୁ, ରୋହିତଙ୍କୁ ଟେଷ୍ଟ ଫର୍ମାଟ ଅଧିନାୟକ ଦାୟିତ୍ୱ ଦେବା ନେଇ କୋହଲି ଚିନ୍ତା କରିବା ଆବଶ୍ୟକ ବୋଲି କହିଛନ୍ତି ସୋଏବ।


ହଁ ଏହା ଯେ ବର୍ତ୍ତମାନ କୋହଲି କ୍ଲାନ୍ତ ଥିବା ମନେ ହେଉଛି। ଆଇପିଏଲରେ ମଧ୍ୟ ସେ କ୍ଲାନ୍ତ ଅନୁଭବ କରୁଥିଲେ ବୋଲି ଆଶଙ୍କା କରିଛନ୍ତି ଅଖତର। ତେବେ, କିଛିଦିନ ସେ ବିଶ୍ରାମ ନେଉଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ରୋହିତ ହିଁ ଦଳକୁ ଠିକ୍ ପରିଚାଳନା କରିପାରିବେ ବୋଲି ପରାମର୍ଶ ଦେଇଛନ୍ତି ସୋଏବ। ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିବା ରୋହିତ ୫ ଥର ଦଳକୁ ଚାମ୍ପିୟନ କରାଇଛନ୍ତି। ଏପରିକି ଟି-ଟ୍ୱେଣ୍ଟିରେ ଦମଦାର ପ୍ରଦର୍ଶନ ମଧ୍ୟ କରୁଛନ୍ତି। ତେଣୁ ରୋହିତଙ୍କୁ ଟି-ଟ୍ୱେଣ୍ଟି ଅଧିନାୟକ କରିବା ନେଇ ବହୁ ଖେଳାଳି ଦାବି ରଖିଛନ୍ତି। ତେବେ ଏ ସମ୍ପର୍କରେ କୋହଲି କିମ୍ବା ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନି।

%d bloggers like this: