ପାର୍ବଣରେ ଫିକା ପଡ଼ିଯିବ ମନ: କରୋନା କାଳରେ ଖୁସି ଖବର ଦେଲାନି ଆରବିଆଇ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପାର୍ବଣ ଋତୁରେ ପରିବାର ପାଇଁ ବୋଝ ବଢ଼ିବ ।ଖୁସିରେ ପାର୍ବଣ ପାଳନ କରିବାକୁ ଚାହୁଁଥିବା ଭାରତୀୟଙ୍କ ମନ ଫିକା ପଡ଼ିଯିବ । କାହିଁକିନା କରୋନା କାଳରେ କୌଣସି ଗୋଟିଏ ବି ଖୁସି ଖବର ଦେଇ ନାହିଁ ଭାରତୀୟ ରିଜର୍ଭ ବ୍ୟାଙ୍କ-ଆରବିଆଇ ।

ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ସମିତି-ଏମପିସି ବୈଠକ ପରେ ଯେଉଁ ତଥ୍ୟ ରଖାଯାଇଛି ସେଥିରେ ଏୟା ହିଁ ପ୍ରମାଣିତ ହୋଇଛି ଯେ, ଗରିବ ଓ ମଧ୍ୟବିତ୍ତଙ୍କୁ କୌଣସି ରାହତ ବା ଆଶ୍ୱସ୍ତ ମିଳିବନି ।

ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ କହିଛନ୍ତି ଯେ, ‘ଚଳିତ ବର୍ଷର ଶେଷ ତିନି ମାସର ଜିଡିପି ଆଶା ଜନକ ରହିବ । ସବୁକ୍ଷେତ୍ର ଭଲ ପ୍ରଦର୍ଶନ କରୁଛନ୍ତି । ’

ଏହା ସହ ସବୁଠାରୁ ଗରୁତ୍ୱପୂର୍ଣ୍ଣ କଥା ହେଲା ରିପୋ ରେଟ୍ କୁ ଅପରିବର୍ତ୍ତିତ ରଖିଛି ଆରବିଆଇ । ଆଶା କରାଯାଉଥିଲା ଯେ, ପାର୍ବଣ ଋତୁରେ ରେପୋ ରେଟ୍ ରେ କିଛି ପରିବର୍ତ୍ତନ ଆଣିପାରେ ଆରବିଆଇ । ହେଲେ ସେମିତି କିଛି ହୋଇନାହିଁ ।

%d bloggers like this: