ଆର୍ଯ୍ୟମାଟିରେ ରାମରାଜ୍ୟର ଅୟମାରମ୍ଭ

ଆର୍ଯ୍ୟମାଟିରେ ରାମରାଜ୍ୟର ଅୟମାରମ୍ଭ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ପବିତ୍ର ରାମଧ୍ୱନିରେ ପ୍ରକମ୍ପିତ ଅଯୋଧ୍ୟା ଆକାଶ। କାଶ୍ମୀରରୁ କନ୍ୟାକୁମାରୀ ସବୁଠି ଉତ୍ସବ। ପୂରା ହୋଇଛି ଦୀର୍ଘ ୪୯୨ ବର୍ଷର ସଂକଳ୍ପ। ସଂଘର୍ଷ ଓ ବଳିଦାନର କାହଣୀରେ ଯୋଡ଼ି ହୋଇଛି ସଫଳତାର ସ୍ୱର୍ଣ୍ଣିମ ପୃଷ୍ଠା। ଭାରତବର୍ଷର ମହନାୟକ ଶ୍ରୀରାମଚନ୍ଦ୍ରଙ୍କ ପାଇଁ ଜନ୍ମଭୂମି ଅଯୋଧ୍ୟା ମାଟିରେ ରାମମନ୍ଦିରର ଭୂମି ପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ ଭକ୍ତଙ୍କ ପାଦ ଖୁସିରେ ଝୁମିଛି। ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ଆଖିରେ ସୁଖାଶ୍ରୁ ଭରିଛି। ସଂକଳ୍ପ ପୂରଣ ହୋଇଛି । ଭୂମି ପୂଜନ ପରେ ଆରମ୍ଭ ହୋଇଛି ଭବ୍ୟ ମନ୍ଦିର ନିର୍ମାଣ ପ୍ରକ୍ରିୟା। ପ୍ରଧାନମନ୍ତ୍ରୀ ପବିତ୍ର ଶିଳା ପୂଜନ କରିବା ପରେ ଗର୍ଭଗୃହରେ ସ୍ଥାପନ ହୋଇଛି ଶିଳା । ଏହାସହ ମୋଦି ଆଜି ମନ୍ଦିର ପରିସରରେ ପାରିଜାତ ରୋପଣ କରିଛନ୍ତି। ଭବ୍ୟ ମନ୍ଦିରର ଭୂମି ପୂଜନ ପୂର୍ବରୁ ପ୍ରଧାନମନ୍ତ୍ରୀ ପରମ୍ପରା ଅନୁସାରେ ହନୁମାନଗଢ଼ୀ ମନ୍ଦିରରେ ଆରତି କରିବା ସହ ପରିକ୍ରମା କରିଥିଲେ। ପରେ ରାମଲାଲାଙ୍କୁ ସାଷ୍ଠାଙ୍ଗ ପ୍ରଣିପାତ କରିବା ସହ ଦାନ ପେଟି ଅର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ। ଦେଶର ବିଭିନ୍ନ ତୀର୍ଥକ୍ଷେତ୍ରରୁ ସଂଗୃହୀତ ମାଟି ଓ ଜଳରେ ଆହୁତି ସହ ଚତୁର୍ବେଦର ଉଚ୍ଚାରଣ ମଧ୍ୟରେ ପୂଜନ କରିଥିଲେ ମୋଦି।

ଅଯୋଧ୍ୟାରେ ଭୂମି ପୂଜନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆର୍ଯ୍ୟମାଟିରେ ଆଜି ରାମରାଜ୍ୟର ଅୟମାରମ୍ଭ ହୋଇଛି । ଦୀର୍ଘ ପାଞ୍ଚ ଶହ ବର୍ଷର ପ୍ରତୀକ୍ଷାରେ ଯବନିକା ପଡ଼ିଛି। ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀରାମଙ୍କ ଭବ୍ୟ, ଦିବ୍ୟ ଓ ଅଲୌକିକ ମନ୍ଦିର ପାଇଁ ସମଗ୍ର ଭାରତବର୍ଷ ଆଜି ଗର୍ବ ଅନୁଭବ କରୁଛି। ସାରା ଦୁନିଆ ଆଜି ଭାରତ ମାଟିର ସାଂସ୍କୃତିକ, ଭାବଗତ ଓ ସଂସ୍କାରକୁ ଅନୁଭବ କରିଛି। ଆଉ ସଂପୂର୍ଣ୍ଣ ମହାସଂକଳ୍ପର ମହାସମାବେଶକୁ ସ୍ୱୟଂ ଚକ୍ଷୁରେ ଦେଖିଛି । ସେଥିପାଇଁ ତ ସାରାଦେଶ ଆଜି ଉତ୍ସବମୁଖର ହୋଇ ପଡ଼ିଥିଲା । ନିଜ ମହାପ୍ରଭୁଙ୍କ ଜନ୍ମସ୍ଥାନର ଭବ୍ୟ ସମାରୋହକୁ ଦେଖି ଭାବବିହ୍ୱଳ ହୋଇ ପଡ଼ିଥିଲେ ଆର୍ଯ୍ୟମାଟିର ଆର୍ଯ୍ୟପୁତ୍ର ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: