ନିରବ ରହିଲା ଓଡ଼ିଶା: ସହିଦ କୋଭିଡ ଯୋଦ୍ଧାଙ୍କୁ ରାଜ୍ୟ ଜଣାଇଲା ସମ୍ମାନ, ମୁଖ୍ୟମନ୍ତ୍ରୀ କହିଲେ ଏହି କଥା

ନିରବ ରହିଲା ଓଡ଼ିଶା: ସହିଦ କୋଭିଡ ଯୋଦ୍ଧାଙ୍କୁ ରାଜ୍ୟ ଜଣାଇଲା ସମ୍ମାନ, ମୁଖ୍ୟମନ୍ତ୍ରୀ କହିଲେ ଏହି କଥା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପୂର୍ବ ଘୋଷଣା ଏବଂ ନିର୍ଦ୍ଧାରିତ ସମୟରେ ସାରା ଓଡ଼ିଶା ଗୋଟିଏ ମିନିଟ ପାଇଁ ନିରବ ରହିଲା । ମହାମାରୀ ସହ ସମ୍ମୁଖ ଯୁଦ୍ଧ କରି ନିଜ ଜୀବନକୁ ବଳି ଦେଇଥିବା ସେହି ଯୋଦ୍ଧାଙ୍କ ସ୍ମୃତିରେ ସଂଧ୍ୟା ୬ଟାରେ ଏକ ମିନିଟ ପାଇଁ ନିରବ ପ୍ରାର୍ଥନା କରିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଠିକ୍ ସେହିପରି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସହିଦ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନର୍ଥେ ଦୁଇ ପଦ କହିବା ସହ ଏକ ମିନିଟ ପାଇଁ ନିରବ ରହିଥିଲେ ଏବଂ ଓଡ଼ିଶାବାସୀଙ୍କୁ ଏକ ମିିନିଟ ଲାଗି ନିରବ ପ୍ରାର୍ଥନା ପାଳନ କରିବାକୁ ଆହ୍ୱାନ ଦେଇଥିଲେ ସିଏମଙ୍କ ଏହି ଆହ୍ୱାନକୁ ରାଜ୍ୟବାସୀ ମାନିଲେ ଏବଂ ସ୍ୱାର୍ଥ ଛାଡ଼ି କୋରୋନା ରୋଗୀଙ୍କ ଚିକିତ୍ସା କରି ପରଲୋକ ଗମନ କରିଥିବା ଯୋଦ୍ଧାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

 ଏହା ସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶପଥ ପାଠ କରାଇଛନ୍ତି ଯେ, ଯେଉଁମାନେ କୋଭିଡ ଯୁଦ୍ଧରେ ଆତ୍ମବଳିଦାନ ଦେଇଛନ୍ତି ସେମାନେ ସମସ୍ତେ ଆମ ମନରେ ରହିବେ । ଏଭଳି ଏକ ସମୟରେ ଦେଶ ଓ ଜାତି ପାଇଁ ବଳିଦାନ ଦେଇଛନ୍ତି ଆମେ ସେମାନଙ୍କୁ ପ୍ରଣିପାତ କରୁଛୁ ।

 ଆଜି ରାଜ୍ୟର ୨୫ ଜିଲ୍ଲାରୁ ୧୨୫୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରାଯାଇଛି। ଏହାଫଳରେ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୨୫,୭୩୭ରେ ପହଞ୍ଚିଛି।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୮୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୨୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୨ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୭ଜଣ, ପୁରୀ ଜିଲ୍ଲାରୁ ୭୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୩ଜଣ, କଟକ ଜିଲ୍ଲାରୁ ୪୦ଜଣ, ଜଗତସିଂହପୁର ଜିଲ୍ଲାରୁ ୨୯ଜଣ, କନ୍ଧମାଳ ଜିଲ୍ଲାରୁ ୨୮ଜଣ ଓ ବାଲେଶ୍ୱର ଜିଲ୍ଲାରୁ ୨୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୪ଜଣ, କୋରାପୁଟ ଜିଲ୍ଲାରୁ ୨୨ଜଣ, ଅନୁଗୁଳ ଜିଲ୍ଲାରୁ ୨୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୮ଜଣ, ଗଜପତି ଜିଲ୍ଲାରୁ ୧୬ଜଣ, ନୟାଗଡ଼ ଜିଲ୍ଲାରୁ ୧୪ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨ଜଣ, ମାଲକାନଗିରି ଜିଲ୍ଲାରୁ ୧୧ଜଣ, ଭଦ୍ରକ ଜିଲ୍ଲାରୁ ୧୦ଜଣ, କଳାହାଣ୍ଡି ଜିଲ୍ଲାରୁ ୮ଜଣ, ନୂଆପଡ଼ା ଜିଲ୍ଲାରୁ ୬ଜଣ, ଯାଜପୁର ଜିଲ୍ଲାରୁ ୫ଜଣ, ଢ଼େଙ୍କାନାଳ ଜିଲ୍ଲାରୁ ୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩ଜଣ ଓ କେନ୍ଦୁଝର ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ଆଜି କରୋନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସମସ୍ତଙ୍କୁ ହସ୍‌ପିଟାଲ୍‌ରୁ ଘରକୁ ଛୁଟି କରି ଦିଆଯାଇଛି।

ଗତକାଲି କୋଭିଡ ହସ୍‌ପିଟାଲ ଓ କୋଭିଡ କେୟାର ହୋମ୍‌ରେ ପ୍ରଦାନ କରାଯାଉଥିବା ସମସ୍ତ ଚିକିତ୍ସା ଓ ସେବାର ମାନ ଉପରେ ସମସ୍ତେ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହିତ ଆମ୍ବୁଲାନ୍‌ସ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଆଣିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏବେ ବି ମଧ୍ୟ ଗୃହ ସଂଗରୋଧ ସଂପର୍କରେ ବିଭିନ୍ନ ପ୍ରକାର ଭ୍ରାନ୍ତଧାରଣା ଲୋକଙ୍କ ମନରେ ରହୁଛି। ତେଣୁ ଏଥିପାଇଁ ଏକ ପ୍ରଭାବୀ IEC (ସୂଚନା, ମନୋରଂଜନ ଓ ସଂଚାର) କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ଏହାକୁ ସର୍ବାଧିକ ପ୍ରାଥମିକତା (Top Priority) ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ପର୍ଯ୍ୟବେକ୍ଷକମାନେ ଜିଲ୍ଲା ଅଧିକାରୀମାନଙ୍କ ସହିତ କୋଭିଡ ଯୁଦ୍ଧରେ ସଂପୂର୍ଣ୍ଣ ଭାବେ ସାମିଲ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: