ବିରୋଧ ସତ୍ତ୍ୱେ ରାଜ୍ୟସଭାରେ କୃଷି ବିଲ୍ ପାରିତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାଜ୍ୟସଭାରେ କୃଷି ବିଲ୍ ପାରିତ । ଜୋରଦାର ହଙ୍ଗାମା ଭିତରେ କୃଷି ବିଲ ରାଜ୍ୟସଭାରେ ପାରିତ ହୋଇଛି । ଧ୍ୱନିମତରେ ପାସ୍ ହୋଇଛି ବିଲ। ବିରୋଧୀଙ୍କ ହଙ୍ଗମା ମଧ୍ୟରେ ରାଜ୍ୟସଭାରେ ୨ଟି କୃଷି ବିଲ୍ କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ ବିଧେୟକ, ୨୦୨୦, କୃଷକ ସଶକ୍ତିକରଣ ଏବଂ ସଂରକ୍ଷଣ ପାସ୍ ହୋଇଛି। ଏହା ପୂର୍ବରୁ ଲୋକସଭାରେ କୃଷି ବିଲ୍ ପାସ ହୋଇଥିଲା।

ଦେଶର କୃଷି କ୍ଷେତ୍ରରେ ପରିବର୍ତ୍ତନ ଏବଂ କୃଷକମାନଙ୍କ ଉପାର୍ଜନ ବୃଦ୍ଧି ଉଦ୍ଦେଶ୍ୟରେ ଲୋକସଭା ପରେ ରାଜ୍ୟସଭାରେ ୩ଟି ପୃଥକ୍ କୃଷି‌ ବିଲ୍‌ ଉପସ୍ଥାପନ କରାଯାଇଥିଲା। ରାଜ୍ୟସଭାରେ ଏହି ୩ଟି ବିଲକୁ ଉପସ୍ଥାପନ କରାଯାଇଥିଲା। ଏହି ବିଲ୍ ଗତ ଜୁନ୍ ୫ ତାରିଖ ଦିନ ଜାରି ଅଧ୍ୟାଦେଶକୁ ବିଧିବଦ୍ଧ ଆଇନରେ ପରିଣତ କରିବ। ଏହି ୩ଟି ବିଲ୍‌ ହେଉଛି: କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, ୨୦୨୦, କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ)ଙ୍କ ମୂଲ୍ୟ ଆଶ୍ୱାସନ ଅନୁବନ୍ଧ ଏବଂ କୃଷି ସେବା ବିଧେୟକ ଓ ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ)।

%d bloggers like this: