‘ବିଗବସ୍’ରେ ଲକଡାଉନ୍ ହେବେ ରାଧେ ମା’ !

‘ବିଗବସ୍’ରେ ଲକଡାଉନ୍ ହେବେ ରାଧେ ମା’ !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଭାରତର ଅନ୍ୟତମ ଲୋକପ୍ରିୟ ଶୋ’ ‘ବିଗବସ୍’ର ପ୍ରତିଯୋଗୀମାନଙ୍କୁ ନେଇ ବିଗବସ୍ ପ୍ରେମୀମାନେ ବେଶ୍ ଇଚ୍ଛୁକ ଅଛନ୍ତି ଏବଂ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ଆସନ୍ତା ସିଜନ୍ ପାଇଁ ସମ୍ଭାବନା ଥିବା ପ୍ରତିଯୋଗୀମାନଙ୍କ ପାଇଁ ଅନେକ ନାଁ ଘୋଷଣା ସରିଛି। କରନ କୁଣ୍ଡରା, ଜୈନ ଇମାମ, ଶିବନ ନାରଙ୍ଗ, ପିଅର୍ଲ ଭି ପୁରୀଙ୍କୁ ଶୋ’ ପାଇଁ ସମ୍ପର୍କ କରାଯାଇଥିଲା। ମାତ୍ର, ସେମାନେ ଶୋ’ରେ ଅଂଶଗ୍ରହଣ କରିବାକୁ ମନା କରିଦେଲେ। ଜାସମିନ ଭାସିନ, ପାଭିତ୍ରା ପୁନିଆ, ଏଜାଜ ଖାନ ଏବଂ ନାନିନା ସିଂ ଭଳି ସେଲିବ୍ରିଟିମାନଙ୍କ ଏହି ଶୋ’ର ଏକ ଅଂଶଗ୍ରହଣ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ କରିବ। ସେହିପରି ବିଗ୍ ବସ୍-14ରେ ପ୍ରବେଶ କରିବା ପାଇଁ ‘ତାରକ୍ ମେହତା କା ଉଲଟା ଚଷମା’ର ଦିଶା ବକନି ଓ ଦାୟାବେନଙ୍କ ନାଁ ମଧ୍ୟ ଚର୍ଚ୍ଚ ହେଉଛି। କିନ୍ତୁ, ଯାହାକୁ ନେଇ ଏବେ ସବୁଠୁ ଚର୍ଚ୍ଚା, ସିଏ ହେଉଛନ୍ତି ଆତ୍ମଘୋଷିତ ଭଗବାନ ରାଧେ ମା’।ଟେଲି ଚକ୍କରର ଏକ ରିପୋର୍ଟ ଅନୁଯାୟୀ, ସୁଖବିନ୍ଦର କୌର ଓରଫ୍ ରାଧେ ମା’ ଙ୍କୁ ବିଗବସ୍ ପାଇଁ ସମ୍ପର୍କ କରାଯାଇଛି। ତେଣୁ, ସେ ଏଥର ବିଗବସ୍ ହାଉସ୍ ଭିତରେ ଏକ ପ୍ରକାର ବନ୍ଦ ହେବା ନେଇ ଆଶା ଉଜ୍ଜୀବିତ ହୋଇଛି। ତେଣୁ, ସେ ଏହି ଶୋ’ ରେ ଅନ୍ୟ ପ୍ରତିଯୋଗୀମାନଙ୍କ ସହ କିପରି ଖାପ ଖୁଆଇବେ, ତାହା ଦେଖିବା ଆକର୍ଷଣୀୟ ହେବ।

ସେହିପରି ଉପରୋକ୍ତ ନାଁ ବ୍ୟତୀତ ରାହୁଲ ସେନ, ଚାହତ ଖନନା, ସୁରଭି ଜ୍ୟୋତି, ତେଜସ୍ୱୀ ପ୍ରକାଶ ଏବଂ ଅଧ୍ୟୟନ ସୁମନଙ୍କ ନାଁ ମଧ୍ୟ ବିଗବସ୍ ଏଣ୍ଟ୍ରି ପାଇଁ ପ୍ରକାଶ ପାଇଥିଲା। କିନ୍ତୁ ସେମାନେ ସମସ୍ତେ ଶୋ’ରେ ଭାଗ ନେବାକୁ ମନା କରିଥିଲେ। ଅନ୍ୟପଟେ ସୁଗନ୍ଧା ମିଶ୍ର ମଧ୍ୟ ଶୋ’ରେ ଭାଗ ନେବାର ସମ୍ଭାବନା ଅଛି।

ଦୁଇ ସପ୍ତାହ ପୂର୍ବରୁ ଶୋ’ରେ ଶେହନାଜ ଗିଲଙ୍କ ସହ ସିଦ୍ଧାର୍ଥ ଶୁକ୍ଲା ଜଣେ ବିଶେଷ ଅତିଥି ହେବାର ଖବର ଆସିଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଅସିମ ରିୟାଜ୍-ହିମାଂଶୀ ଖୁରାନା, ପାରାସ ଛବ୍ରା-ମହୀରା ଶର୍ମା ଏକ ସପ୍ତାହ ପାଇଁ ଯୋଗ ଦେବାର ସମ୍ଭାବନା ଅଛି। ବିଗ୍ ବସ୍-୧୪ କୁ ଏକ ମାସ ପର୍ଯ୍ୟନ୍ତ ଆଗକୁ ଘୂଞ୍ଚାଇ ଦିଆଯାଇଛି। ଏହା ଅକ୍ଟୋବରରୁ ଆରମ୍ଭ ହେବାର ସମ୍ଭାବନା ଅଛି। ସେହିପରି ବର୍ଷା ଓ ବନ୍ୟା ଯୋଗୁ ବିଳମ୍ୱିତ ହେଉଥିବା ଶୋ’ରେ ପ୍ରତିଯୋଗୀମାନଙ୍କୁ ହାଉସ୍ ଭିତରକୁ ଏଣ୍ଟ୍ରି କରିବା ପୂର୍ବରୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ।

%d bloggers like this: