ଧମାଲ୍ କରୁଛି ‘ରାଧେ’ର ‘ଜୁମ୍ ଜୁମ୍’ ଗୀତ

ଧମାଲ୍ କରୁଛି ‘ରାଧେ’ର ‘ଜୁମ୍ ଜୁମ୍’ ଗୀତ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମେ ୧୩ ତାରିଖରେ ରିଲିଜ୍ ହେବ ଭାଇଜାନ୍ ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘ରାଧେ’ । ଲକଡାଉନ୍, ସଟଡାଉନ୍ ଭିତରେ ଭାଇଜାନଙ୍କ ଟିକେ ଝଲକ ପାଇବାକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ଦର୍ଶକ । ଦର୍ଶକଙ୍କୁ ଆଉ ଟିକିଏ ଉତ୍ସାହିତ କରିବାକୁ ଫିଲ୍ମର ଟ୍ରେଲର ତା ସାଙ୍ଗକୁ ଗୋଟିଏ ପରେ ଗୋଟିଏ ଗୀତ ରିଲିଜ୍ କରାଯାଇଛି । ଯାହା ସୋସିଆଲ ମିଡିଆରେ ଧମାଲ୍ କରୁଛି । ଏବେ ପୁଣି ଆଉ ଏକ ଜବରଦସ୍ତ ଗୀତ ରିଲିଜ୍ ହୋଇଛି । ଏହି ନୂଆ ଗୀତ ‘ଜୁମ୍ ଜୁମ୍’ (Zoom Zoom)କୁ ବେଶ ପସନ୍ଦ କରିଛନ୍ତି ଦର୍ଶକ ।

https://www.instagram.com/dishapatani/?utm_source=ig_embed

    ଏହି ଭିଡିଓରେ ଦିଶା ପାଟାନୀ ଏବଂ ସଲମାନ ଖାନଙ୍କ ଗଜବ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଭିଡିଓରେ ପ୍ରଥମେ ଦେଖିବାକୁ ମିଳିଛି ଯେ, ସଲମାନ ଖାନ୍ ରେସ୍ ଟ୍ରାକରେ ଏକ ଜବରଦସ୍ତ ଗାଡ଼ି ସହିତ ନଜର ଆସିଛନ୍ତି। ଅନ୍ୟପକ୍ଷରେ ଦିଶା ପାଟାନୀ ତାଙ୍କ ଗ୍ଲାମରସ ଷ୍ଟାଇଲରେ ସଲମାନଙ୍କୁ ସ୍ୱାଗତ କରୁଛନ୍ତି । ଉଭୟ ଗୀତ ‘ଜୁମ୍ ଜୁମ୍’ ରିଲିଜ୍ ହେବା ମାତ୍ରେ ଲୋକଙ୍କ ହୃଦୟରେ ରାଜ୍ କରୁଛି | ଏହି ଗୀତର ଡ୍ୟାନ୍ସକୁ ସୋସିଆଲ ମିଡିଆରେ ଧୁମ  ମଚାଉଛନ୍ତି । ପ୍ରଶଂସକଙ୍କ ସହ ସେଲିବ୍ରେଟମାନେ ମଧ୍ୟ ଗୀତକୁ ତୀବ୍ର ପ୍ରଶଂସା କରୁଛନ୍ତି।

https://www.instagram.com/dishapatani/?utm_source=ig_embed&ig_rid=e0374602-fe06-4d6d-a225-c5635f7a8e6f

ଏହା ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ‘ସିଟି ମାର’ ମୁକ୍ତିଲାଭ କରିଥିଲା । ଏହା ପଛକୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ‘ଦିଲ୍ ଦେ ଦିୟା’ ଗୀତ ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇଥିଲା । ଫିଲ୍ମ ‘ରାଧେ’ରେ ସଲମାନ ଖାନଙ୍କ ସହ ଦିଶା ପାଟାନୀ, ରଣଦୀପ ହୁଡ୍ଡା ଏବଂ ଜ୍ୟାକି ଶ୍ରଫ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମଟି ‘ପେ-ପର-ଭ୍ୟୁ’ ସେବା ଜି ପ୍ଲେକ୍ସରେ ଜି-5ରେ ଦେଖି ପାରିବେ | ଜି ପ୍ଲେକ୍ସ DTH ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ, ଯେପରିକି ଡିସ୍, D2H, ଟାଟା ସ୍କାଏ ଏବଂ ଏୟାରଟେଲ୍ ଡିଜିଟାଲ୍ ଟିଭି |

0 Comments

Leave Your Comment

Your email address will not be published. Required fields are marked *

%d bloggers like this: