ପୁରୀ ବେଳାଭୂମିକୁ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପୁରୀ ସୁବର୍ଣ୍ଣ ବେଳାଭୂମିକୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା। ଅନ୍ତର୍ଜାତୀୟ ଜୁରି ସୁପାରିସ କରିବା ପରେ ଡେନମାର୍କର ଫି ସଂସ୍ଥା ଏହି ମାନ୍ୟତା ପ୍ରଦାନ କରିଛି। ପ୍ରଦୂଷଣମୁକ୍ତ ବେଳାଭୂମି ଭାବେ ଭାରତର ପୁରୀ ସୁବର୍ଣ୍ଣ ବେଳାଭୂମି ବେଷ୍ଟ ପ୍ରାକ୍ଟିସ ଆୱାର୍ଡରେ ମଧ୍ୟ ତୃତୀୟ ସ୍ଥାନ ହାସଲ କରିଛି। ସିକୋମ୍ ସଂସ୍ଥାର ଜାତୀୟ ପ୍ରକଳ୍ପ ନିର୍ଦ୍ଦେଶକ ଅରବିନ୍ଦ ନୌଟିଆଲ ଏନେଇ ସୂଚନା ଦେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।

%d bloggers like this: