ସିରିଏଲ ଉପରେ ସଂକ୍ରମଣ ମାଡ଼: କଟକଣା ମାନି ବିଭିନ୍ନ ସିରିଏଲର ସୁଟିଂ ଆରମ୍ଭ

ସିରିଏଲ ଉପରେ ସଂକ୍ରମଣ ମାଡ଼: କଟକଣା ମାନି ବିଭିନ୍ନ ସିରିଏଲର ସୁଟିଂ ଆରମ୍ଭ

ପ୍ରିଜମ ନ୍ୟୁଜ ବ୍ୟୁରୋ:କୋଭିଡ କଟକଣା ମାନି ବିଭିନ୍ନ ସିରିଏଲର ସୁଟିଂ ଆରମ୍ଭ ହୋଇସାରିଛି । ଅଭିନେତାମାନେ ସାମାଜିକ ଦୂରତା ବଜାୟ ରଖି କାମ କରୁଛନ୍ତି । ଏତେସବୁ ସତର୍କତା ପରେ ବି ସୁଟିଂ ସେଟ୍‌ରେ କୋରୋନାର କାୟା ଦେଖିବାକୁ ମିିଳିଛି । ଲୋକପ୍ରିୟ ଟିଭି ସୋ “ଭାବିଜୀ ଘର ପର ହେଁ”ର ଏକ କ୍ରୁ ମେମ୍ବର କୋରାନା ଆକ୍ରାନ୍ତ ଜଣାପଡିଛି । ଏହି ଧାରାବାହିକରେ ଗୌରୀ ମାଡାମ୍ ଭୂମିକାରେ ଅଭିନିୟ କରୁଥିବା ସୌମ୍ୟା ଟଣ୍ଡନଙ୍କ ହେୟାର ଡ୍ରେସର କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ସେପଟେ ଏକଥା ଜାଣିବା ପରେ ଏବେ ସୁଟିଂ ବନ୍ଦ କରିଦେଇଛନ୍ତି । କିଛି ଦିନ ହେବ ସୁଟିଂ ଆରମ୍ଭ କରିଥିଲ ସୌମ୍ୟା । ତେବେ ଅନ୍ୟ ଅଭିନେତାମାନେ ସତର୍କତାର ସହ ସୁଟିଂ କରୁଛନ୍ତି । ଏହାପୂର୍ବରୁ ଡକ୍ଟର ବି.ଆର ଆମ୍ବେଦକରଙ୍କ ସେଟ୍‌ରେ ଅଭିନେତା ଜଗନ୍ନାଥ ନିୱାଙ୍ଗୁନଙ୍କ କୋରୋନା ପଜିଟିଭ ଥିବା ଜଣାପଡିଥିଲା । ଏହି ଅଭିନେତା କୋରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ସୁଟିଂ ୩ ଦିନ ଧରି ବନ୍ଦ ଥିଲା ।

ଅନ୍ୟପଟେ ଟିଭି ସୋ ‘ମେରେ ସାଇଁ’ ସହ ଜଡିତ ଥିବା ଜଣେ କ୍ରୁ ସଦସ୍ୟ ମଧ୍ୟ କୋରୋନା ପଜିଟିଭ ଥିବା ଜଣାପଡିଛି । ଯେଉଁଥି ପାଇଁ ସୁଟିଂ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: