ଏନକାଉଣ୍ଟର ହେଲା ଚକରା, ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ

ଏନକାଉଣ୍ଟର ହେଲା ଚକରା, ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପୋଲିସ ଉପରକୁ ଏକ ଅପରାଧୀ ଗ୍ୟାଙ୍ଗ ଗୁଳିମାଡ କରିଛି। କିଛି ଦିନ ହେଲା ରାଜଧାନୀରେ ଲଗାତର ଅପରାଧ ଘଟୁଥିବାବେଳେ ଆଜିର ଗୁଳିମାଡ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖଣ୍ଡଗିରି ପୁଲିସ ଥାନା ଅନ୍ତର୍ଗତ ବରମୁଣ୍ଡା ହାଇସ୍କୁଲ ପଡିଆରେ ପ୍ରାୟ ରାତି ସାଢ଼େ ୪ଟାରେ ଏଭଳି ଅଘଟଣ ଘଟିଛି। ଏଭଳି ଗୁଳିମାଡ କରି ଅପରାଧୀମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।ଉକ୍ତ ପଡିଆରେ କୁଖ୍ୟାତ ଦୁର୍ବୃତ୍ତ ଚକରା ବାରିକଙ୍କ ନେତୃତ୍ବରେ ତା’ର ୬/୭ଜଣ ସହଯୋଗୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ କୌଣସି ଏକ ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ଖଣ୍ଡଗିରି ପୋଲିସର ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ସେଠାରେ ପହଞ୍ଚିଥିଲା। ପୋଲିସକୁ ଦେଖି ପ୍ରଥମେ ଦୁର୍ବୃତ୍ତମାନେ ବୋମାମାଡ କରିଥିଲେ। ସେଠାରେ ନିଆଁ ଜଳିଥିଲା। କିନ୍ତୁ ପୁଲିସ ଏହାକୁ ଖାତିର ନକରି ଦୁର୍ବୃତ୍ତଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲା।

ତେବେ ଦୁର୍ବୃତ୍ତ ଓ ‌ପୁଲିସ ଭିତରେ ଗୁଳିବିନିମୟ ବେଳେ ଅନ୍ଧାରର ସୁଯୋଗ ଦେଖି ୬/୭ଜଣ ଅପରାଧୀ ଫେରାର ହୋଇଯାଇଥିଲେ। କୁଖ୍ୟାତ ଅପରାଧୀ ଚକରା ବି ଖସିଯିବାକୁ ବସିଥିବାବେଳେ ପୁଲିସ ଗୁଳିମାଡରେ ସେ ଘାଇଲା ହୋଇଯାଇଛି। ତେବେ ତା’ର କେଉଁଠି ଗୁଳି ବାଜିଛି ସ୍ପଷ୍ଟ ହୋଇନଥିବାବେଳେ ସେ ଗୁରୁତର ହୋଇଛି ବୋଲି ପୁଲିସ କହିଛି। ବୋମା ନିଆଁକୁ ପୋଲିସ ଟିମ ନିୟନ୍ତ୍ରଣ କରିବା ସହିତ ଚକରାକୁ ମେଡିକାଲରେ ଭର୍ତ୍ତି କରିଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: