ଏକ୍ସପାଏରି ଡେଟ୍ ପରେ କ’ଣ ହୁଏ ବିଷ?

ଏକ୍ସପାଏରି ଡେଟ୍ ପରେ କ’ଣ ହୁଏ ବିଷ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୌଣସି ଖାଦ୍ୟ-ପାନ୍ୟ ବାହାରୁ କିଣିବା ସମୟରେ, ଆମେ ନିଶ୍ଚିତ ଭାବରେ ତାହାର ଏକ୍ସପାଏରି ଡେଟ୍ ଦେଖିଥାଉ। ସେ ଛୋଟ ଚକୋଲେଟ୍ ହେଉ କି ଦାମୀ ପର୍ଫୁମ୍ ହେଉ ଅବା ରୋଷେଇ ସାମଗ୍ରୀ କିମ୍ବା ଜୀବନ ବଞ୍ଚୁଥିବା ଔଷଧ କଥା କୁହନ୍ତୁ ଏହାର ଏକ୍ସପାଏରି ଡେଟ୍ ଯାଞ୍ଚ ନକରି କିଣିବା ବା ବ୍ୟବହାର ବଡ ସମସ୍ୟା ସୃଷ୍ଟି କରିଥାଏ । କିନ୍ତୁ ଆପଣ ଜାଣନ୍ତି କି ସବୁ ଜିନିଷ ପରି ବିଷର ମଧ୍ୟ ଏକ୍ସପାଏରି ଡେଟ୍ ରହିଛି?
ସାଧାରଣତଃ ସମାପ୍ତି ତାରିଖ ଅତିକ୍ରମ ହେବା ପରେ ଜିନିଷଗୁଡିକ ଖରାପ କିମ୍ବା ଅଳ୍ପ ପ୍ରଭାବୀ ବୋଲି ବିବେଚନା କରାଯାଏ। କିନ୍ତୁ ବିଷ ସହିତ କଣ ସମାନ ଘଟଣା ଘଟେ? ବିଷ କଣ ଏକ୍ସପାଏରି ଡେଟ୍ ପରେ ଅଧିକ ବିଷାକ୍ତ ହୋଇଥାଏ? ନା ଆଉ କିଛି ପ୍ରଭାବ ପକେଇଥାଏ? ବୋଧହୁଏ ଏହି ପ୍ରଶ୍ନ ଆପଣଙ୍କ ମନରେ କେବେ ନା କେବେ ଆସିଥିବ। ତେବେ ଆଜି ଆମେ ଆପଣକୁ ସେ ବିଷୟରେ କିଛି ତଥ୍ୟ ଜଣାଉଛୁ।
ବିଷ ହେଉ କିମ୍ବା କିଛି ଔଷଧ, ଏହି ସବୁ ଜିନିଷ ତିଆରି କରିବାର ଏକ ବିଶେଷ ଢାଞ୍ଚା ରହିଛି। ପ୍ରତ୍ୟେକ ବିଷ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥରେ ତିଆରି ହୋଇଥାଏ। ଔଷଧ ପରି, ବିଷ ମଧ୍ୟ ବିଭିନ୍ନ ପ୍ରକାରର ହୋଇଥାଏ। ସେଗୁଡିକ ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥାଏ। ବିଷ ମଧ୍ୟ ଏକ ରାସାୟନିକ ସମୀକରଣ, ଯାହା ବିଭିନ୍ନ ଉପାୟରେ ବ୍ୟବହୃତ ହୁଏ। ଏପରି ପରିସ୍ଥିତିରେ, ବିଷର ଏକ୍ସପାଏରି ଡେଟ୍ ଏହା କେଉଁ ରାସାୟନିକ ପଦାର୍ଥରେ ନିର୍ମିତ ହୋଇଛି ତାହା ଉପରେ ନିର୍ଭର କରେ। ଯଦି ଏକ ରାସାୟନ ଏକ ନିର୍ଦ୍ଦିଷ୍ଟ ସମୟ ପରେ ନିଷ୍କ୍ରିୟ ହୋଇଯାଏ, ତେବେ ଏହାର ପ୍ରଭାବ ବିଷ ଉପରେ ନିଶ୍ଚିତ ପଡିଥାଏ।
ଏହା ବିଷ ଉପରେ ମଧ୍ୟ ନିର୍ଭର କରେ ଯେ ଏକ୍ସପାଏରି ଡେଟ୍ ପରେ ଏହା କାମ ବନ୍ଦ କରିବ କି ତାର ପ୍ରଭାବ ପୂର୍ବ ପରି ରହିବ। ଯଦି ଏଥିରେ ଉପସ୍ଥିତ ଥିବା କୌଣସି ରାସାୟନିକ ପଦାର୍ଥର ପ୍ରଭାବ ଏକ ନିର୍ଦ୍ଦିଷ୍ଟ ସମୟ ପରେ କମିଯାଏ, ତେବେ ଏହା ହୋଇପାରେ ଯେ ବିଷ ଟିକେ କମ୍ ବିଷାକ୍ତ ହୋଇଯାଏ ଏବଂ କୌଣସି ଜିନିଷ ପାଇଁ ଏହାର ମାତ୍ରା ଅଧିକ କରିବାକୁ ପଡିପାରେ। କିନ୍ତୁ ଏହାର ଅର୍ଥ ନୁହେଁ ଯେ କୌଣସି ବିଷ ଏକ୍ସପାଏରି ହେବା ପରେ କାମ ବନ୍ଦ କରିଦେବ। ତଥାପି, କୌଣସି କାମ ପାଇଁ ଘରେ ଏପରି ଜିନିଷ ରଖନ୍ତୁ ନାହିଁ। ଏହି ଜିନିଷଗୁଡିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ଏବଂ ସେଗୁଡିକରୁ ଦୂରେଇ ରହିବା ଭଲ। ବିଶେଷ କରି ଛୋଟ ପିଲାଙ୍କୁ ଏହିସବୁ ଜିନିଷଠାରୁ ଦୂରେଇ ରଖନ୍ତୁ। କାରଣରୁ ଅନେକ ସମୟରେ ଏହା ଅଜଣା ବିପଦ ଆଣିପାରେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: