କୋଲକାତା ଦୁର୍ଗାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ଭାୟା ଭିସି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆସନ୍ତାକାଲି ମହାଷଷ୍ଠୀ । ଏହି ଅବସରରେ କୋଲକାତାର ଦଶଟି ଦୁର୍ଗାପୂଜା କମିଟିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୁହାଯାଉଛି ଏହି ପାର୍ବଣ ସହ ପ୍ରଧାନମନ୍ତ୍ରୀ ମୋଦି ବିଜେପିର ଜନ ସମ୍ପର୍କ ପ୍ରତିଷ୍ଠା ପାଇଁ ଉଦ୍ୟମ କରିବେ ।

ଏଥିପାଇଁ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୋଦିଙ୍କ ଲାଇଭ୍ ଷ୍ଟ୍ରିମିଂ ପାର୍ବଣ ସମ୍ବୋଧନ ପାଇଁ ବଡ଼ ବଡ଼ ସ୍କ୍ରିନ୍ ର ବ୍ୟବସ୍ଥା କରାଯାଇଛି ।

ଆସନ୍ତା ବର୍ଷ ଏପ୍ରିଲ-ମେ ବେଳକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସତ୍ତାଧାରୀ ତୃଣମୂଳ କଂଗ୍ରେସ ଏବଂ ବିପକ୍ଷରେ ଥିବା ଭାରତୀୟ ଜନତା ପାର୍ଟି ବିଜେପି ନିଜ ନିଜ ଭୋଟ ବ୍ୟାଙ୍କ କୁ ମଜଭୂତ କରିବା ପାଇଁ ଏବେଠାରୁ ରଣନୀତି ପ୍ରସ୍ତୁତ କରିଛନ୍ତି ।

କୁହାଯାଉଛି ଏହା ନିର୍ବାଚନ ପୂର୍ବରୁ ଏକ ରଣନୀତି , 2019 ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିକୁ ଯେଉଁ ଫଳାଫଳ ମିଳିଛି ସେଥିରେ ଦଳ ବେଶ୍ ଉତ୍ସାହିତ ରହିଛି । ଏହି ଧାରାକୁ ବଜାୟ ରଖିବା ପାଇଁ ବିଜେପି ସବୁ ପ୍ରକାର ଉଦ୍ୟମ କରିବାକୁ ଆଗଭର ରହିଥିବା ରାଜନୀତି ବିଶେଷଜ୍ଞ କହୁଛନ୍ତି  ।

%d bloggers like this: