ସର୍ଦ୍ଦାର ଜୟନ୍ତୀରେ ସ୍ୱପ୍ନ ସାକାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ପୂରଣ ହୋଇଛି ସ୍ୱପ୍ନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେୱଡିୟା-ସାବରମତୀ ରିଭର ଫ୍ରଣ୍ଟ ସି-ପ୍ଲେନ ସେବାର ଶୁଭାରମ୍ଭ କରିଛନ୍ତି। ଏହି ସେବା ପ୍ରତିଦିନ ପର୍ଯ୍ୟଟକଙ୍କୁ ଅହମ୍ମଦାବାଦରୁ କେୱାଡିୟା ଓ କେୱଡିୟାରୁ ଅହମ୍ମଦାବାଦ ଯାତ୍ରା ସୁବିଧା ଯୋଗାଇବ। ମୋଦି ନିଜେ ଶନିବାର ସି ପ୍ଲେନରେ କେୱଡିୟାରୁ ଅହମ୍ମଦାବାଦ ଯାତ୍ରା କରିଛନ୍ତି। ତେବେ ଏହି ସି-ପ୍ଲେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ମଧ୍ୟରୁ ଗୋଟିଏ। ସାବରମତୀ ରିଭର ଫ୍ରଣ୍ଟରୁ କେୱଡିୟା ପର୍ଯ୍ୟନ୍ତ ଏହି ସେବା ଆରମ୍ଭ ହୋଇଛି। ୨୦୧୭ରେ ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ସି-ପ୍ଲେନରେ ମୋଦି ଯାତ୍ରା କରିଥିଲେ। ସେତେବେଳେ ମୋଦି ସାବରମତୀ ନଦୀରୁ ମେହସାଣା ଜିଲ୍ଲାର ଧରୋଇ ବନ୍ଧ ପର୍ଯ୍ୟନ୍ତ ସି-ପ୍ଲେନରେ ଯାତ୍ରା କରିଥିଲେ।

ସି-ପ୍ଲେନର ସ୍ୱତନ୍ତ୍ରତା

  • ସି-ପ୍ଲେନ ଜଳଭାଗ ଓ ସ୍ଥଳଭାଗରୁ ଉଡ଼ାଣ ଭରିବା ସହ ଅବତରଣ ମଧ୍ୟ କରିପାରିବ
  • ସି-ପ୍ଲେନ ପାଇଁ ଦୀର୍ଘ ରନୱେର ଆବଶ୍ୟକତା ନାହିଁ
  • ସି-ପ୍ଲେନ ମାତ୍ର ୩୦୦ ମିଟର ଲମ୍ବା ରନୱେରୁ ଉଡ଼ାଣ ଭରି ପାରିବ
  • ସି-ପ୍ଲେନରେ ଗୋଟିଏ ଥରରେ ୧୯ ଯାତ୍ରୀ ଯାତ୍ରା କରିପାରିବେ
  • ଏହାର ଓଜନ ୩,୩୭୭ କିଲୋଗ୍ରାମ ଓ ଏଥିରେ ୧,୪୧୯ ଲିଟର ଇନ୍ଧନ ଭରାଯାଇ ପାରିବ
  • ସି-ପ୍ଲେନକୁ ଉଦ୍ଧାର କାର୍ଯ୍ୟ, ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ବ୍ୟବହାର କରାଯାଇ ପାରିବ
%d bloggers like this: