କରୋନା କାଳରେ ଚ୍ୟାଲେଞ୍ଜ ରହିବ ମୌସୁମୀ ଅଧିବେଶନ; ଏମିତି ହୋଇଛି ଆକ୍ସନ ପ୍ଲାନ

କରୋନା କାଳରେ ଚ୍ୟାଲେଞ୍ଜ ରହିବ ମୌସୁମୀ ଅଧିବେଶନ; ଏମିତି ହୋଇଛି ଆକ୍ସନ ପ୍ଲାନ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆସନ୍ତା 14ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ତେବେ କରୋନା କାଳରେ କୋଭିଡ଼ କଟକଣା ମଧ୍ୟରେ କେମିତି ଚାଲିବ ଗୃହକାର୍ଯ୍ୟ ତାହା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିବ । ସେପଟେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଦ୍ଭୁତପୂର୍ବ ସତର୍କତା  ଅଧିବେଶନ ଯେମିତି ଚାଲି ପାରିବ ସେ ନେଇ ସମସ୍ତ ପଦକ୍ଷେପ ନିଆଯାଇଛି ।  ପ୍ରଥମ ପଦକ୍ଷେପ ସ୍ୱରୂପ ଗୃହରେ ସାମାଜିକ ଦୂରତା ରକ୍ଷା ଲାଗି ସଦସ୍ୟମାନଙ୍କ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଉଭୟ ଲୋକସଭା ଓ ରାଜ୍ୟସଭା ଗୃହରେ ଅଧା ସଂଖ୍ୟକ ସଦସ୍ୟ ଯୋଗଦେବେ ବୋଲି ନିଷ୍ପତ୍ତି ନିଆଯାଇଛି।

ଲୋସସଭାରେ ୨୫୭ ସଦସ୍ୟ ଓ ଗ୍ୟାଲେରୀରେ ୧୭୨ ଏବଂ ରାଜ୍ୟସଭାରେ ୬୦ ସଦସ୍ୟ ଓ ଗ୍ୟାଲେରୀରେ ୫୧ ଜଣଙ୍କ ଲାଗି ବସିବାକୁ ବ୍ୟବସ୍ଥା ହୋଇଛି। କେଉଁ ଦଳର କେଉଁ ସାଂସଦ ଅଧିବେଶନରେ ଯୋଗଦେବେ ଏବଂ କେଉଁଠି ବସିବେ, ତାହା ସେହି ଦଳର ମୁଖ୍ୟମାନେ ନିଷ୍ପତ୍ତି ନେବେ।

ସେହିଭଳି ଅଧିବେଶନରେ ଯୋଗ ଦେବା ପୂର୍ବରୁ ସାଂସଦଙ୍କ କୋଭିଡ୍ ଟେଷ୍ଟ କରାଯିବ। ଅଧିବେଶନ ବେଳେ କାଗଜର ବ୍ୟବହାର କମାଯିବା ସହ ଡିଜିଟାଲ ଓ ଭର୍ଚୁଆଲ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ ବୋଲି ବାଚସ୍ପତି ଓମ ବିର୍ଲା କହିଛନ୍ତି।  ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବାକୁ ଏଲଇଡି ସ୍କ୍ରିନର ମଧ୍ୟ ବ୍ୟବହାର କରାଯିବ। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ୧୪ ତାରିଖରୁ ଆରମ୍ଭ ହୋଇ ଅକ୍ଚୋବର ପହିଲା ଯାଏଁ ଚାଲିବା କାଯର୍ୟକ୍ରମ ରହିଛି।

%d bloggers like this: