ପରପାରିରେ ପ୍ରଦୀପ ମହାରଥୀ, ବିଧାନସଭାରେ ଶୋକପ୍ରସ୍ତାବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପରଲୋକରେ ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ । ୬୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି। ଭୁବନେଶ୍ୱର ସ୍ଥିତ ବାସବଭନରେ ତାଙ୍କର ମର ଶରୀରକୁ ରଖାଯାଇଛି । ବହୁ ମନ୍ତ୍ରୀ, ବିଧାୟକ ଓ ରାଜନେତା ଅନ୍ତିମ ଦର୍ଶନ କରିବା ଶହ ଶେଷ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦୀପଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ନେତାମାନେ ପ୍ରଦୀପଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି।


ସେହିପରି ବିଧାନସଭା ମୌସୁମୀ ଅଧିବେଶନ ଗୃହ ଆରମ୍ଭରୁ ପିପିଲି ବିଧାୟକଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଶୋକ ପ୍ରସ୍ତାବକୁ ସମର୍ଥନ କରି ଦୁଃଖିତ ଓ ମର୍ମାହତ ହେବାସହ
ବିବୃତି ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ତାଙ୍କର ବିୟୋଗ ତାଙ୍କ ପରିବାର ଓ ରାଜନୀତିରେ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ। ସ୍ବର୍ଗତ ମହାରଥୀ କେବଳ ଜଣେ ସଫଳ ରାଜନେତା ନ ଥିଲେ ବରଂ ଜଣେ ସଫଳ ଚାଷୀ ମଧ୍ୟ ଥିଲେ। ସର୍ବସାଧାରଣରେ ସେ ଜଣେ ଜନପ୍ରିୟ ନେତା ଥିଲେ। ଲୋକଙ୍କ ସୁରକ୍ଷା ପାଇଁ ସେ ସବୁସ୍ତରକୁ ଯାଉଥିଲେ। ପ୍ରଥମ ଦିନରୁ ହିଁ ସେ ମୋତେ ଭାଇନା ବୋଲି ସମ୍ବୋଧନ କରୁଥିଲେ ଓ ମୁଁ ତାଙ୍କୁ ସାନ ଭାଇ ଭାବେ ଦେଖୁଥିଲି। ଏ ସମ୍ପର୍କ ଚିରଦିନ ପାଇଁ ରହିବ। ୧୯୯୦ ମସିହାରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ ପରେ ଏକ ଘଟଣାବଳୀକୁ ଉପସ୍ଥାପନ କରି ତାଙ୍କର ଜନପ୍ରିୟତା ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ। ଅଭିନୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା।

%d bloggers like this: