ଏମଏସପିକୁ ନେଇ କ’ଣ କହିଲେ ଧର୍ମେନ୍ଦ୍ର ପ୍ରଧାନ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସପି ବନ୍ଦ ହେବାର ପ୍ରଶ୍ନ ଉଠୁନି । ମୋଦି ସରକାରଙ୍କ ସମୟରେ ଏମଏସପି ସର୍ବାଧିକ ବୃଦ୍ଧି କରାଯାଇଛି । ଓଡ଼ିଶାର ଚାଷୀଙ୍କଠାରୁ ଅଧିକ ପରିମାଣ ଓ ଅଧିକ ଅର୍ଥର ଖାଦ୍ୟଶସ୍ୟ କିଣାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେଶରେ କୃଷି କ୍ଷେତ୍ରରେ ମୌଳିକ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ୩ଟି ବିଲକୁ ଆଇନରେ ପରିଣତ କରିଛନ୍ତି । ଭାରତ ବର୍ଷ ତଥା ଓଡ଼ିଶା ପରି ରାଜ୍ୟର ଅର୍ଥନୀତିରେ କୃଷିର ମୁଖ୍ୟ ଭୂମିକା ଅଛି । ଦଲାଲି ବ୍ୟବସ୍ଥା ବନ୍ଦ କରିବା ପାଇଁ କୃଷି ବିଲ ଆସିଛି । ଆତ୍ମନିର୍ଭର ଭାରତ ଯୋଜନାରେ ସରକାର ୧ଲକ୍ଷ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ କରି କାମ ଆରମ୍ଭ କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।

%d bloggers like this: