ସେଞ୍ଚୁରୀ ଛୁଇଁବାକୁ ଅଳପ ବାକି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କିଛିଦିନ ହେବ ଦେଶରେ ତେଲ ଦର କମିବାରେ ନାଁ ନେଉନି। ଲଗାତର ତୈଳ ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇଛି। ଲଗାତାର ଭାବେ ଦେଶରେ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ତେବେ ତୈଳ ଦର ଯେପରି ଭାବେ ବୃଦ୍ଧି ପାଉଛି କିଛି ଦିନରେ ପେଟ୍ରୋଲ ଦର ୧୦୦ ଟଙ୍କାରେ ପହଞ୍ଚିପାରେ। ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଦର ୯୫ ଟଙ୍କା ଟପିଯାଇଛି। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୯ ଟଙ୍କା ପାର କରିଥିବାବେଳେ ଡିଜେଲ ୮୬ ଟଙ୍କା ପାର କରିଛି। ରାଜ୍ୟ ସରକାର ୩୨% ହିସାବରେ ଭାଟ୍ ନେଉଛନ୍ତି, ଯାହା ୨୦.୯୧ ଟଙ୍କା। ଏହାସହ ଡିଲର କମିଶନ ୩.୩୬ ଟଙ୍କା। ଏହିପରି ଲିଟର ପିଛା ଗ୍ରାହକକୁ ମୋଟ୍ ୮୯ ଟଙ୍କା ଗଣିବାକୁ ପଡ଼ୁଛି। ସେହିପରି ଡିଜେଲର ମୌଳିକ ମୂଲ୍ୟ ୩୪ ଟଙ୍କା। ଏହାଉପରେ କେନ୍ଦ୍ରୀୟ ଏକସାଇଜ୍ ଡ୍ୟୁଟି ୩୧.୮୩ ଟଙ୍କା । ତା’ଉପରେ ରାଜ୍ୟର ଭାଟ୍ ବାବଦରେ ୧୮.୪୧ ଟଙ୍କା ଏବଂ ଡିଲର କମିଶନ ୨.୨୧ ଟଙ୍କା। ଏ ସବୁକୁ ମିଶାଇଲେ ଡିଜେଲ ଲିଟର ପିଛା ଗ୍ରାହକକୁ ଦେବାକୁ ପଡୁଛି ୮୬ ଟଙ୍କା । ଗତ ସାଧାରଣ ବଜେଟରେ କୃଷିର ବିକାଶ ପାଇଁ ତୈଳ ଦର ଉପରେ ସେସ ବସାଇଛନ୍ତି କେନ୍ଦ୍ର ସରକାର। କିନ୍ତୁ ଏହି ଅତିରିକ୍ତ କୃଷି ସେସ ଯୋଗୁ ଗ୍ରାହକଙ୍କୁ ଅଧିକ ଦର ଦେବାକୁ ପଡ଼ିବ ନାହିଁ ବୋଲି କୁହାଯାଇଥିଲା। ସେଥିପାଇଁ କେନ୍ଦ୍ର ତେଲ ନେଉଥିବା ଏକସାଇଜ ଡ୍ୟୁଟିରେ ସଂଶୋଧନ କରିଥିଲେ ସରକାର।

ସେହିପରି ଗୋଟେପଟେ ଲଗାତର ତୈଳ ଦର ବୃଦ୍ଧି ପାଉଥିବା ବେଳେ ଗ୍ୟାସ ଦର ମଧ୍ୟ ବଢିଛି। ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବଢିଛି । ୧୪ ଦଶମିକ ୨ କେଜି ଗ୍ୟାସ ସିଲିଣ୍ଡର ପିଛା ଏବେ ଓଡ଼ିଶାରେ ଖାଉଟିଙ୍କୁ ଦେବାକୁ ପଡ଼ିବ ୭୯୬ ଟଙ୍କା। ରାଜ୍ୟରେ ଏଲପିଜି ସିଲିଣ୍ଡର ଦାମ ୭୪୫ ଟଙ୍କା ୫୦ ପଇସା ଥିବା ବେଳେ ଏବେ ୭୯୬ ଟଙ୍କାରେ ପହଞ୍ଚିଛି ।

%d bloggers like this: