ଶ୍ରୀନଗରରୁ ଧୂଆଁ ଉଠିଲାଣି; କାଶ୍ମୀର ରାଜନୀତିରେ ନିଆଁ ଲାଗିପାରେ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପୁଣି ଥରେ ସରଗରମ ହୋଇଛି ଜାମ୍ମୁ କାଶ୍ମୀର ରାଜନୀତି । ପୁଣି ସ୍ୱର ଶାଣିତ କଲେଣି ଦୁଇ ପ୍ରମୁଖ ଦଳ ନ୍ୟାସନାଲ କନଫରେନ୍ସ ଏବଂ ପିପୁଲ୍ସ ଡେମୋକ୍ରେଟିକ ପାର୍ଟି । ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ମଧ୍ୟମରେ ବୈଠକ ପରେ ଆଶା କରାଯାଉଥିଲା ଯେ, ଏବେ ପାଣିପାଗ ବଦଳୁଛି  । ଭ୍ୟାଲିରେ ଏବେ ଶୀତର କାକର ବିନ୍ଦୁ କମ ବରଂ ରାଜନୀତିର ଗନ୍ଦି ବାତ ଓ ବିଦ୍ରୋହର ଶବ୍ଦ ଅଧିକ ଶୁଭିଲାଣି ।

ଗୃହବନ୍ଦୀରୁ ଜାମ୍ମୁ ଓ କାଶ୍ମୀରର ସମସ୍ତ ନେତାଙ୍କୁ ମୁକ୍ତ କରିବା ଦିନ ଠାରୁ ଶ୍ରୀନଗରରେ ରାତନୀତି ମାହୋଲର ତାତି ଅଧିକ ବହୁଛି । ଯେଉଁଠି କାହାଣୀର ଅନ୍ତ ହୋଇଥିଲା ଏବେ ସେହି କାହାଣୀ ଆରମ୍ଭ ହେବାକୁ ଯାଉଛି ।

ରଣନୀତି ସରିଛି, ଆଲୋଚନା ଓ ପର୍ଯ୍ୟାଲୋଚନା ବି ଶେଷ ଏବେ ଆକନ୍ସ ମୁଡ୍ ରେ ଏନସି ଓ ପିଡିପି ।

ପ୍ରଥମେ ଫାରୁକ ଅବଦୁଲ୍ଲା ଧାରା 370କୁ ପୁନଃ ପ୍ରଚଳନ କରିବାକୁ ଧମକ ଦେଇଥିଲେ । କଥା ଏତିକିରେ ଅଟକି ଯାଇନଥିଲା କଥା ଚୀନ୍ ପର୍ଯ୍ୟନ୍ତ ବି ଲମ୍ବାଥିଲା । ଆବଶ୍ୟକ ହେଲେ ଚୀନ୍ ସହାୟତାରେ ଜାମ୍ମୁ ଓ କାଶ୍ମୀରରେ ଧାରା 370 ଓ 35 A ଲାଗୁ କରିଯିବ ବୋଲି ଖୋଲାଖୋଲି କହିଥିଲେ ଫାରୁକ ଅବଦୁଲ୍ଲା । ଏବେ ପୁଣି ମେହବୁବା ମୁଫତି ବିଦ୍ରୋହର ଘୋଷଣା କରିଛନ୍ତି । କହିଛନ୍ତି କାଶ୍ମୀର ପତାକା ବିନା ତ୍ରିରଙ୍ଗାକୁ ଗ୍ରହଣ କରିବୁନି ।

ଧାରା ୩୭୦ ଉଚ୍ଛେଦ ପାଇଁ ବିଜେପି ସରକାରଙ୍କୁ ସମାଲୋଚନା କରିବା ସହିତ ତ୍ରିରଙ୍ଗାକୁ ଗ୍ରହଣ କରିବେ ନାହିଁ ବୋଲି ବୟାନ ଦେଇଛନ୍ତି । ସମ୍ବିଧାନର ହତ୍ୟା କରାଯାଇ ଯେଉଁଭଳି ଭାବରେ ଜାମ୍ମୁ କାଶ୍ମୀର ପତାକାକୁ ହଟାଯାଇଛି ତାହା ଗ୍ରହଣୀୟ ନୁହେଁ । ତେଣୁ ଜମ୍ମୁ କାଶ୍ମୀର ପତକା ବିନା ତ୍ରିରଙ୍ଗାକୁ ଗ୍ରହଣ କରିବେ ନାହିଁ ବୋଲି ମୁଫତି କହିଛନ୍ତି । ଦେଶ ସମ୍ବିଧାନ ଅନୁଯାୟୀ ପରିଚାଳିତ ହୋଇଥାଏ ବିଜେପିର ନିର୍ବାଚନୀ ଇସ୍ତାହାରକୁ ନେଇ ନୁହେଁ ବୋଲି ମୁଫତି କହିଥିଲେ । ଦେଶରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନରେ ବିଫଳ ମୋଦି ସରକାର କେବଳ ଧାରା ୩୭୦ରେ ଲୋକଙ୍କୁ ଭୂଆଁ ବୁଲାଇଛନ୍ତି । ଦେଶର ଅର୍ଥନୈତିକ ପରସ୍ଥିତି ବାଂଲାଦେଶ ଠାରୁ ଖରାପ ହୋଇ ପଡିଥିବା ବେଳେ ଯୁବପିଢିଙ୍କୁ ନିଯୁକ୍ତି ଯୋଗାଇବାରେ ସରକାର ବିଫଳ । ତେଣୁ ଯେପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରକୁ ଏହା ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରାନଯାଇଛି ସେଯାଏଁ ତ୍ରିରଙ୍ଗାକୁ ଗ୍ରହଣ କରିବେ ନାହିଁ ବୋଲି ମୁଫତି କହିଛନ୍ତି ।       

%d bloggers like this: