‘ପୁଲୱାମା’ ରାଜନୀତିକୁ ନିନ୍ଦା, ବିରୋଧୀଙ୍କୁ ମୋଦିଙ୍କ ଜବାବ

‘ପୁଲୱାମା’ ରାଜନୀତିକୁ ନିନ୍ଦା, ବିରୋଧୀଙ୍କୁ ମୋଦିଙ୍କ ଜବାବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପୁଲୱାମା ଆକ୍ରମଣର ସତ୍ୟ ସାମ୍ନାକୁ ଆସିବା ପରେ ଖୋଲିଛି ବିରୋଧୀଙ୍କ ମୁଖା। ପୁଲୱାମା ପ୍ରସଙ୍ଗକୁ ନେଇ ଏକତା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ଅଭିଯୋଗକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଥିଲେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତା। ଯାହାକୁ ନେଇ ସରକାର ମଧ୍ୟ ବାରମ୍ବାର ବିବୃତ୍ତି ଜାରି କରିଥିଲେ। କିନ୍ତୁ ନିକଟରେ ପାକିସ୍ତାନ ସଂସଦରେ ପୁଲୱାମା ଆକ୍ରମଣକୁ ପାକିସ୍ତାନ ପ୍ରାୟୋଜିତ ବୋଲି ସ୍ୱୀକାର କରିଥିଲେ ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ।