ମନ୍ତବ୍ୟ ଦେଇ ଅଡୁଆରେ ସୁର ରାଉତରାୟ, ନୋଟିସ ପଠାଇଲେ ନିରଞ୍ଜନ

ମନ୍ତବ୍ୟ ଦେଇ ଅଡୁଆରେ ସୁର ରାଉତରାୟ, ନୋଟିସ ପଠାଇଲେ ନିରଞ୍ଜନ

ପ୍ରିଜମ ନ୍ୟୁଜ ବ୍ୟୁରୋ: କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କଂଗ୍ରେସର ସଭାପତି କିଏ ହେବ ତାହା ନବୀନ ପଟ୍ଟନାୟକ ନିଷ୍ପତ୍ତି ନିଅନ୍ତି ବୋଲି ଗଣମାଧ୍ୟମରେ କିଭଳି ଓ କେଉଁ ପରିସ୍ଥିତିରେ ବୟାନ ଦେଲେ ତା’ର ସନ୍ତୋଷଜନକ ଉତ୍ତର ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏହି ଉତ୍ତର ମିଳିବା ପରେ ତାକୁ ଏଆଇସିସିର ଅବଗତି ପାଇଁ ପଠାଯିବ ବୋଲି ସେ କହିଛନ୍ତି।

ପିସିସି ସଭାପତି ପଟ୍ଟନାୟକ ଆଜି ଜଟଣୀର କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରି କହିଛନ୍ତି ଯେ, କଂଗ୍ରେସ ଦଳର ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କରେ ମନ୍ତବ୍ୟ ଦେଇଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଯାହାକି କଂଗ୍ରେସ ପାଇଁ ଅତ୍ୟନ୍ତ କ୍ଷତିକାରକ ଓ ଏଥିପାଇଁ ଦଳ ସମାଲୋଚିତ ହେବା ସହ ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି । ଜଣେ ବରିଷ୍ଠ ନେତା ହୋଇ ଏଭଳି ବୟାନ ଦେବା ଶୋଭା ପାଉନି ବୋଲି ନିରଞ୍ଜନ କହିବା ସହ କଂଗ୍ରେସ ସଭାପତି କିଏ ହେବ ତାହା କିଭଳି ନବୀନ ପଟ୍ଟନାୟକ ନିଷ୍ପତ୍ତି ନିଅନ୍ତି ଓ କେଉଁ ପରିସ୍ଥିତିରେ ସେ ଏହା କହିଲେ ତାହା ଲିଖିତ ଭାବେ ଶୀଘ୍ର ଅବଗତ କରାଇବାକୁ କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: