୧ ଲକ୍ଷ ୭୦ ହଜାର କୋଟି ବଜେଟ୍, କେଉଁ ବିଭାଗକୁ କେତେ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କରୋନା ମାଡ଼ରେ ବେହାଲ ହୋଇଥିବା ଓଡ଼ିଶାର ଅର୍ଥନୀତିକୁ ପୁଣି ଥରେ ସଜାଡିବା ପାଇଁ ଜୀବିକା, ଅର୍ଥନୈତିକ ଅଭିବୃଦ୍ଧି ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଜୋର ଦେଇଛନ୍ତି ସରକାର। ସରକାର ବିଶ୍ୱାସ କରୁଛନ୍ତି, ଶିଳ୍ପ ଏବଂ ଭିତ୍ତିଭୂମି କ୍ଷେତ୍ରରେ ବିନିଯୋଗ ବଢ଼ିଲେ, ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ଲୋକଙ୍କ ପକେଟକୁ ଟଙ୍କା ଆସିବ। ପର୍ଯ୍ୟଟନ ଓ କ୍ରୀଡ଼ା କ୍ଷେତ୍ରରେ ଅଧିକ ଆବଣ୍ଟନ କରି ସରକାର ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି। ବିଧାନସଭାରେ ୨୦୨୧-୨୨ ପାଇଁ ରାଜ୍ୟ ସରକାର ଆଗତ କରିଛନ୍ତି ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍। ତେବେ ଏଥର ରାଜ୍ୟ ସରକାର ବିଭିନ୍ନ ଦିଗ ଉପରେ ଦୃଷ୍ଟି ଦେଇଛନ୍ତି। ଆସନ୍ତୁ ଜାଣିବା ରାଜ୍ୟ ସରକାରଙ୍କ ବଜେଟ୍ ବିଷୟରେ

ରାଜ୍ୟ ବଜେଟ୍ ୨୦୨୧-୨୨

  • ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ
  • ପ୍ରଶାସନିକ ବ୍ୟୟ ପାଇଁ ୮୫ ହଜାର କୋଟି
  • କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି
  • ବିପର୍ଯ୍ୟୟ ପ୍ରଶମନ ବ୍ୟୟ ନିମନ୍ତେ ୩ ହଜାର ୫୦ କୋଟି
  • କୃଷି କ୍ଷେତ୍ର ପାଇଁ ୧୭ ହଜାର ୪୬୯ କୋଟି ବ୍ୟୟ ବରାଦ
  • କାଳିଆ ଯୋଜନାରେ ୧ ହଜାର ୮୦୦ କୋଟି
  • କାଳିଆ ଯୋଜନାରେ ୫୦ ହଜାର ଯାଏଁ ଶୂନ ସୁଧରେ ଋଣ
  • ଓଡିଶା ମିଲେଟ ମିଶନ ପାଇଁ ୧୦୬ କୋଟି ବ୍ୟୟ ବରାଦ
  • ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟର ପ୍ରୋତ୍ସାହନ ପାଇଁ ୧୩୫ କୋଟି
  • ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ୫୧ କୋଟି
  • ଐତିହ୍ୟ ସ୍ଥଳୀର ସୁରକ୍ଷା, ସଂରକ୍ଷଣ ପାଇଁ ୮ କୋଟି
  • ସୁନ୍ଦରଗଡରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପାଇଁ ୯୦ କୋଟି ଟଙ୍କା
  • ସ୍ୱାସ୍ଥ୍ୟ ସେବା ପାଇଁ ୯ ହଜାର ୧୬୪ କୋଟି
  • ନିରାମୟ ଯୋଜନା ପାଇଁ ୬୦୦ କୋଟି ଟଙ୍କା
  • ନିଦାନ ଯୋଜନା ପାଇଁ ୨୨୯ କୋଟି ଟଙ୍କା
  • ପାଇପରେ ପାନୀୟ ଜଳ ଯୋଗାଣ ପାଇଁ ୧୨ ହଜାର କୋଟି
  • ଜଳ ସମ୍ପଦ ବିକାଶ ପାଇଁ ୮ ହଜାର ୨୬୬ କୋଟି ଟଙ୍କା
  • ଓୟୁଏଟି ପାଇଁ ଖର୍ଚ୍ଚ ହେବ ୧୪୮ କୋଟି ଟଙ୍କା
  • ଶକ୍ତି ବିଭାଗ ପାଇଁ ୧ ହଜାର ୭୯୯ କୋଟି ଟଙ୍କା
  • ରାଜ୍ୟରେ ରାସ୍ତା ନିର୍ମାଣ ପାଇଁ ୨୨୯୬ କୋଟି
  • ବିଜୁ ସେତୁ ଯୋଜନା ବାବଦକୁ ୯୧୨ କୋଟି
  • ରେଳ ପ୍ରକଳ୍ପର ବିକାଶ ପାଇଁ ୩୯୬ କୋଟି
  • କଟକ, ବରମୁଣ୍ଡା ବସ ଟର୍ମିନାଲ ପାଇଁ ୧୦୦ କୋଟି ଲେଖାଏଁ
  • ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୪, ୩୭୦ କୋଟି
  • ମହିଳା ଓ ଶିଶୁ ବିକାଶ ପାଇଁ ୩ ହଜାର ୯୦୬ କୋଟି
  • ମମତା ଯୋଜନା ପାଇଁ ୨୭୯ କୋଟି ଟଙ୍କାର ବ୍ୟୟ ବରାଦ
  • ମିଶନ ଶକ୍ତି ବାବଦକୁ ୩୧୬ କୋଟି ଟଙ୍କାର ବ୍ୟୟ ବରାଦ
%d bloggers like this: