ହାଜତ ମୃତ୍ୟୁ ଗ୍ରହଣୀୟ ନୁହେଁ: NHRC

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପୁରୀ ହେପାଜତ ମୃତ୍ୟୁ ଅଭିଯୋଗ ମାମଲା। କ୍ଷୋଭ ପ୍ରକାଶ କରିଛନ୍ତି ଜାତୀୟ ମାନବାଧିକାର କମିଶନ। ରାଜ୍ୟ ସରକାରଙ୍କୁ ଏହି ମାମଲାରେ ନୋଟିସ୍ ଜାରି କରିଛନ୍ତି NHRC। ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ୪ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦେବାକୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଏବଂ ଅଭିଯୁକ୍ତଙ୍କ ନାଁରେ ଦାୟର ହୋଇଥିବା ଏତଲା କପି ଦେବାକୁ ମଧ୍ୟ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ହାଜତ ମୃତ୍ୟୁ ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି NHRC କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ହାଜତ ମୃତ୍ୟୁ ଘଟଣା ହୋଇଥିବା ନେଇ ଏନଏଚଆରଆସି କ୍ଷୋଭ ପ୍ରକାଶ କରିଛନ୍ତି। ମାନବାଧିକାର କର୍ମୀ ମନୋଜ ଜେନାଙ୍କ ମାମଲାକୁ ଭିତ୍ତି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ଏନଏଚଆରସି।

%d bloggers like this: