ଶୀତ ଅଧିବେଶନ, ବିଧାନସଭାରେ ଶୋକପ୍ରସ୍ତାବ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ। କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି ଗୃହକାର୍ଯ୍ୟ। ଦିବଂଗତ ନେତା ତଥା ପୂର୍ବତନ ବାଚସ୍ପତି ଶରତ କର, କାର୍ତ୍ତିକେଶ୍ୱର ପାତ୍ର,ପୂର୍ବତନ ସଦସ୍ୟ ଗୁରୁପଦ ନନ୍ଦଙ୍କ ସହ କୋରୋନା ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ମନ୍ତ୍ରୀ ପଦ୍ମନାଭ ବେହେରା, ପ୍ରଫୁଲ୍ଲ ମଲିକ ବିଧାୟକ ପ୍ରଫୁଲ୍ଲ ସାମଲ ଲୋକସେବା କନଫରେନ୍ସ ହଲରେ ଉପସ୍ଥିତ ଅଛନ୍ତି। ଅପରାହ୍ନରେ ଗୃହରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ ।

ତେବେ ଦିବଂଗତ ନେତାଙ୍କ ଶୋକପ୍ରସ୍ତାବ ପରେ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ବିଧାନସଭାର ପରମ୍ପରା ଅନୁଯାୟୀ ଯଦି ଜଣେ ବାଚସ୍ପତିଙ୍କ ଦେହାନ୍ତ ହୁଏ ତ ହେଲେ ଗୋଟେ ଦିନ ସମ୍ପୂର୍ଣ୍ଣ ଗୃହ ବନ୍ଦ ରହେ। କିନ୍ତୁ ଚଳିତ ଅଧିବେଶନରେ ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି କ୍ରମେ କୋରୋନା କଟକଣାକୁ ଦୃଷ୍ଟିରେ ରଖି ଅଧିବେଶନର ଯାହା କାର୍ଯ୍ୟସୂଚୀ ରହିଛି ତାହା ଅପରାହ୍ନରେ ହେବ।

%d bloggers like this: