୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରିୟା

୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରିୟା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରିୟା। ତିନି ଦିନର ତନାଘନା ପରେ ଶେଷରେ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଛନ୍ତି ରିୟା ଚକ୍ରବର୍ତ୍ତୀ। NCB ରିୟାଙ୍କୁ ଗିରଫ କରିବା ପରେ ତାଙ୍କର ମେଡିକାଲ ଟେଷ୍ଟ କରିଥିଲା। ପୂର୍ବରୁ ସୋମବାର ୬ ଘଣ୍ଟା, ମଙ୍ଗଳବାର ୮ ଘଣ୍ଟା ଓ ଆଜି ୫ ଘଣ୍ଟାରୁ ଅଧିକ ସମୟ ରିୟାଙ୍କୁ ଜେରା କରିଥିଲା NCB। ସମାନ ପ୍ରଶ୍ନର ବାରମ୍ବାର ଭିନ୍ନ ଉତ୍ତର ଦେଇ ଫସିଯାଇଛନ୍ତି ରିୟା ଚକ୍ରବର୍ତ୍ତୀ। ସତକୁ ଲୁଚାଇବା ପାଇଁ ରିୟାଙ୍କ ସମସ୍ତ ପ୍ରୟାସ ଫେଲ ମାରିଛି। ପୂର୍ବରୁ କେବେ ବି ଡ୍ରଗ୍ସ ନେଇ ନ ଥିବା ଦାବି କରୁଥିବା ରିୟା ନିଜେ ଡ୍ରଗ୍ସ ନେଉଥିବା ସ୍ୱୀକାର କରିଛନ୍ତି। ସେପଟେ ସୁଶାନ୍ତଙ୍କ ମୃତ୍ୟୁ ପଛରେ ଡ୍ରଗ୍ସ ଲିଙ୍କର ପର୍ଦ୍ଦାଫାସ କରିବା ପାଇଁ ସିବିଆଇ ମଧ୍ୟ ତଦନ୍ତକୁ ଜୋରଦାର କରିଛି। ମାମଲାରେ CBI ଓ EDକୁ ଏପର୍ଯ୍ୟନ୍ତ ସଫଳତା ମିଳି ନ ଥିବାବେଳେ ଡ୍ରଗ୍ସ ଲିଙ୍କ ମାମଲାରେ ଆକ୍ସନ ମୋଡ଼ରେ ରହିଛି NCB। ରିୟାଙ୍କ ଗିରଫ ପରେ ଏବେ ବଲିଉଡ ଡ୍ରଗ୍ସ ଗ୍ୟାଙ୍ଗରେ ସାମିଲ ଥିବା ବହୁ ବଡ଼ କଳାକାର ଫସିବା ସମ୍ଭାବନା ରହିଛି।

%d bloggers like this: